ଓଡିଶା

odisha

By

Published : Apr 17, 2020, 7:30 PM IST

ETV Bharat / sitara

ବାନ୍ଦ୍ରା ଷ୍ଟେସନ ଭାଇରାଲ ଭିଡିଓ, ପ୍ରତିକ୍ରିୟା ରଖିଲେ ବିଶାଲ

ଲକଡାଉନ ପାଇଁ ଦିନ ମଜୁରିଆ ପଦଯାତ୍ରା କରି ଘରକୁ ଫେରୁଛନ୍ତି। ଯାହାର ଏକ ଭିଡିଓ ନିକଟରେ ଭାଇରଲ ହୋଇଥିଲା। ଏବେ ଏହା ଉପରେ ମୁହଁ ଖୋଲିଛନ୍ତି ଗାୟକ ବିଶାଲ।

vishal dadlani
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଶାଲ ଦଦଲାନୀ

ମୁମ୍ବାଇ: ମାର୍ଚ୍ଚ 14 ତାରିଖରେ ମୁମ୍ବାଇ ବାନ୍ଦ୍ରା ଷ୍ଟେସନରେ ହଜାର ହଜାର ସଂଖ୍ୟାରେ ଦିନ ମଜୁରିଆଙ୍କ ଭିଡ ଦେଖିବାକୁ ମିଳିଥିଲା । ଯାହାର ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିଯାଇଥିଲା । ଏହି ଫଟୋ ଭିଡିଓକୁ କେବଳ ରାଜନୈତିକ ନୁହେଁ ବରଂ ଧାର୍ମିକ ରଙ୍ଗ ମଧ୍ୟ ଦେବାକୁ ଚେଷ୍ଟା ଚଳାଇଥିଲେ କିଛି ଲୋକ।

ଏବେ ଏହି ମାମଲାରେ ବି-ଟାଉନର ଫେମସ କମ୍ପୋଜର, ସିଙ୍ଗର ବିଶାଲ ଦଦଲାନୀଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ଇନଷ୍ଟାଗ୍ରାମରେ ବିଶାଲ ସେୟାର କରିଥିବା ଭିଡିଓରେ ସେ ଲୋକଙ୍କୁ ସବୁ କିଛି ସଠିକ୍ ରୂପେ ବୁଝିବାକୁ ନିବେଦନ କରିଛନ୍ତି।

ଆଉ କହିଛନ୍ତି ଯେ ଏହି ପରିସ୍ଥିତିରେ ଆମକୁ ଅବୁଝା ହେବା କଥା ନୁହଁ । 59 ସେକେଣ୍ଡର ତାଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଦେଖନ୍ତୁ ଭିଡିଓ....

ABOUT THE AUTHOR

...view details