ଓଡିଶା

odisha

ETV Bharat / sitara

ସଙ୍ଗୀତ ଇଣ୍ଡଷ୍ଟ୍ରିକୁ ଅଲବିଦା କହିପାରନ୍ତି ଗାୟକ ଅର୍ଜୁନ, ବଖାଣିଲେ ମନ କଥା - ସଙ୍ଗୀତ ଇଣ୍ଡଷ୍ଟ୍ରିକୁ ଅଲବିଦା କହିପାରନ୍ତି ଗାୟକ ଅର୍ଜୁନ, ବଖାଣିଲେ ମନ କଥା

ଆଶ୍ଚର୍ଯ୍ୟକର ବୟାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଅର୍ଜୁନ କାନୁନଗୋ । ସେ ଆଗାମୀ ତିନି ବର୍ଷ ଇଣ୍ଡଷ୍ଟ୍ରିରେ ରହିବେ କି ନାହିଁ ତାହା ନେଇ ସେ ନିଶ୍ଚିନ୍ତ ନୁହଁନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ କାନୁନଗୋ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ କାନୁନଗୋ

By

Published : Jul 17, 2020, 4:58 PM IST

ମୁମ୍ବାଇ: ପପୁଲାର ସିଙ୍ଗର ଅର୍ଜୁନ କାନୁନଗୋଙ୍କୁ ନେଇ ନୂଆ ଚର୍ଚ୍ଚା। ନିଜ ଗୀତ ଜରିଆରେ ସମସ୍ତଙ୍କ ହୋଶ ଉଡାଉଥିବା ଅର୍ଜୁନ ନିଜ କ୍ୟାରିୟକୁ ନେଇ ବର୍ତ୍ତମାନ ଚିନ୍ତିତ। ଏତେ ସଫଳତା ପାଇବା ପରେ ମଧ୍ୟ ସେ ନିଶ୍ଚିନ୍ତ ନାହାଁନ୍ତି ଯେ ଆଗାମୀ ତିନ ବର୍ଷ ମଧ୍ୟରେ ସଙ୍ଗୀତ ଇଣ୍ଡଷ୍ଟ୍ରିରେ ତିଷ୍ଠି ରହିପାରିବେ କି ନାହିଁ।

‘ବାକି ବାତେଂ ପିନେ ବାଦ’(ସଟ୍‌ସ)ରୁ ଲୋକପ୍ରିୟ ହୋଇଥିବା ଅର୍ଜୁନ ଅନେକ ରୋମାଣ୍ଟିକ-ପାର୍ଟି ଗୀତ ଗାଇସାରିଛନ୍ତି । ତାଙ୍କ ପାଇଁ ଇଣ୍ଡଷ୍ଟ୍ରିରେ ବ୍ରେକ ପାଇବା ସହଜ ନଥିଲା । ତଥାପି ସେ ମାନନ୍ତି ଆଉଡସାଉଡର ପାଇଁ ଇଣ୍ଡଷ୍ଟ୍ରିରେ ଗୀତ ଗାଇବା ମଧ୍ୟ ଅସମ୍ଭବ ନୁହେଁ।

ନିକଟରେ ଦେଇଥିବା ଏକ ସାକ୍ଷାତକାରେ ସେ କହିଥିଲେ, ‘ମୁଁ ବାହାରୁ ଆସିଥିଲି । ଆଉ ନିଜ ସାହାସରେ ସଫଳ ସ୍ଥାନରେ ପହଞ୍ଚିପାରିଛି । ମତେ ଲାଗୁଛି ଯେ ସକାରାତ୍ମକ ହୋଇ ବାରମ୍ବାର କାମ କରିବା କଥା । ଆପଣଙ୍କୁ କେବେ କେହି ବ୍ୟକ୍ତି ଏକ ସଟ ଦେବେ, ଯାହା ପାଇଁ ଆପଣଙ୍କୁ ସଜାଗ ରହିବାକୁ ପଡିବ। ଏହାବ୍ୟତୀତ ଇଣ୍ଡଷ୍ଟ୍ରିରେ ରହିବାର ଅନ୍ୟ କୌଣସି ରାସ୍ତା ନାହିଁ। ଆପଣଙ୍କୁ ବାସ୍ତବରେ ଏଠାରେ ରହିବା ପାଇଁ ଯୋଗ୍ୟ ହେବାକୁ ପଡିବ। ଆପଣ ଯାହା କରୁଛନ୍ତି ତାହାକୁ ସବୁବେଳେ ପ୍ରେମ କରିବା କଥା । ମତେ ଏଯାବତ ବିଶ୍ବାସ ନାହିଁ ଯେ ଆଗାମୀ ତିନି ବର୍ଷ ମଧ୍ୟରେ ଇଣ୍ଡଷ୍ଟ୍ରିରେ ରହିବି ନାଁ ନାହିଁ । ମୁଁ ଜାଣିନାହିଁ କାଲି କଣ ହେବି ?

ପ୍ରକଶ ଥାଉ ତାଙ୍କର ଏପରି ବୟାନକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା । ଫ୍ୟାନ୍ସଙ୍କୁ ଲାଗୁଛି ଯେ ହୁଏତଃ ସେ ସଙ୍ଗୀତ ଇଣ୍ଡଷ୍ଟ୍ରିକୁ ଅଲବିଦା କହିବାକୁ ଯାଉଛନ୍ତି । ନହେଲେ ଏପରି ହିଣ୍ଟ ସେ କାହିଁକି ଦେଇଛନ୍ତି।

For All Latest Updates

ABOUT THE AUTHOR

...view details