ମୁମ୍ବାଇ: କୋରୋନାର ଦ୍ବିତୀୟ ଲହର ସାରା ଦେଶରେ ଲୋକଙ୍କ ଦୁଃଖ ବଢାଇବାରେ ଲାଗିଛି । କ୍ରମାଗତ ଭାବରେ ଲୋକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ସେପଟେ ବଲିଉଡ, ଟଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । କୋରୋନାରେ ସଂକ୍ରମିତ ହୋଇ ଚାଲିଗଲାଣି ଅନେକ ସେଲିବ୍ରିଟିଙ୍କ ଜୀବନ । ଏବେ ପୁଣି ସମାନ ଦୁଃଖଦ ଖବର ଶୁଣିବାକୁ ମିଳୁଛି ।
ପରଲୋକରେ ଅରିଜିତ ସିଂଙ୍କ ମା' - singer-arijit-singh-mother-died
ଚିକିତ୍ସା ସମୟରେ ଆଜି ଅରିଜିତ ସିଂଙ୍କ ମା'ଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...
ପରଲୋକରେ ଅରିଜିତ ସିଂଙ୍କ ମା'
ଆଜି (ଗୁରୁବାର) ସକାଳ 11ଟାରେ ବଲିଉଡର ପ୍ଲେବ୍ୟାକ ସିଙ୍ଗର ଅରିଜିତ ସିଂଙ୍କ ମା'ଙ୍କର ମୃତ୍ୟୁ ହୋଇଛି । ସେ କୋରୋନା ପଜିଟିଭ୍ ଥିଲେ । କୋରୋନା କାରଣରୁ ତାଙ୍କ ସ୍ବାସ୍ଥ୍ୟ କ୍ରମାଗତ ଭାବେ ଖରାପ ହେଉଥିଲା, ତେଣୁ ତାଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲାବେଳେ ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ କିଛି ଦିନ ECMOରେ ଥିଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ଥିଲା । ବହୁ ଚେଷ୍ଟା ପରେ ମଧ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ ।
ପ୍ରକାଶ ଥାଉ ଯେ, ଗାୟକଙ୍କ ମା’ଙ୍କ ମୃତ୍ୟୁ ଖବର ଶୁଣି ସମଗ୍ର ବଲିଉଡରେ ଶୋକର ଲହରୀ ଖେଳିଯାଇଛି ।