ଓଡିଶା

odisha

ETV Bharat / sitara

ଆଉ ନାହାନ୍ତି ଲୋକପ୍ରିୟ ଗାୟକ ବାପି ଲାହିରି

ଆଉ ନାହାନ୍ତି ବିଶିଷ୍ଟ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ବାପି ଲାହିରି । ୬୯ ବର୍ଷ ବୟସରେ ତାଙ୍କ ନିଧନ ହୋଇଛି । ଅଧିକ ପଢନ୍ତୁ

By

Published : Feb 16, 2022, 8:09 AM IST

Updated : Feb 16, 2022, 9:49 AM IST

Bappi Lahiri passes away
Bappi Lahiri passes away

ମୁମ୍ବାଇ: ପୁଣି କଳା ଜଗତ ପାଇଁ ଦୁଃଖତ ଖବର । କିଛି ଦିନ ପୂର୍ବେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିବା ବେଳେ ଏବେ ଆସିଛି ଆଉ ଏକ ଦୁଃଖଦ ଖବର । ଆଉ ନାହାନ୍ତି ବିଶିଷ୍ଟ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ବାପି ଲାହିରି । ୬୯ ବର୍ଷ ବୟସରେ ତାଙ୍କ ନିଧନ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲର ତାଙ୍କ ପରଲୋକ ହୋଇଛି ।

ଫିଲ୍ମ ଚଲତେ ଚଲତେ, ଡିସ୍କୋ ଡ୍ୟାନ୍ସର ଓ ଶରାବୀ ଭଳି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାପି । ଚଳଚ୍ଚିତ୍ର ଡାର୍ଟି ପିକ୍ଚରରେ ଚୁଟକି ଜୋ ତୁନେ କାଟି ହେ ସଙ୍ଗୀତରେ କଣ୍ଠଦାନ ମଧ୍ୟ କରିଛନ୍ତି । ଶେଷ ଥର ପାଇଁ ୨୦୨୦ରେେ ସେ ବାଘୀ-୩ରେ ବନକର ସଙ୍ଗୀତରେ ନିର୍ଦ୍ଦେଶନା ଦେଇଥିଲେ । ଡିସ୍କୋ କିଙ୍ଗ କହିଲେ ବାପି ଲାହିରଙ୍କ ଚେହେରା ସାମ୍ନାକୁ ଆସିଯାଏ । ସଲମାନ ଖାନଙ୍କ ସହ ରିଅଲିଟି ସୋ ବିଗ୍ ବସ୍ 15 ରେ ଶେଷ ଥର ପାଇଁ ପରଦାରେ ନଜର ଆସିଥିଲେ ବାପି । ଯେଉଁଠାରେ ସେ ତାଙ୍କ ନାତି ସ୍ବାସ୍ତିକଙ୍କ ନୂଆ ଗୀତ 'ବଚା ପାର୍ଟି'ର ପ୍ରମୋସନ କରିଥିଲେ । ଭିନ୍ନ ଶୈଳୀ ହେତୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ନିଜର କଳା ପାଇଁ ବେଶ ଲୋକପ୍ରିୟତା ସାଉଣ୍ଟିଥିଲେ ବାପି ଦା’ ।

ବାପି ଲାହିରିଙ୍କ ପ୍ରକୃତ ନାଁ ଆଲୋକେଶ ଲାହିରି। ୧୯୫୨ ମସିହା ନଭେମ୍ବର ୨୭ ତାରିଖରେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମ ହୋଇଥିଲେ। ତାଙ୍କ ବାପାମା’ ମଧ୍ୟ ଗାୟକ ଥିଲେ। ତିନି ବର୍ଷ ବୟସରୁ ସେ ତାବ୍‌ଲା ବଜାଇବା ଶିଖିଥିଲେ।

ଗତ ବର୍ଷ ଏପ୍ରିଲରେ କୋଭିଡ ପଜିଟିଭ ପରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ । ଏହା ପରେ ସେ ପୁଣି ଅସୁସ୍ଥ ହୋଇଥିଲେ । ଲାହିରିଙ୍କୁ ଏକ ମାସ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସୋମବାର ଦିନ ଡିସଚାର୍ଜ କରାଯାଇଥିଲା । କିନ୍ତୁ ମଙ୍ଗଳବାର ପୁଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ପୁଣି ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କର କିଡନୀ ସମସ୍ୟା ସହ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା ।

ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ମୋଦି ଲେଖିଛନ୍ତି ବାପି ଲାହିରି ଜୀଙ୍କର ସଂଗୀତ ଭାବନାକୁ ସୁନ୍ଦର ଭାବରେ ପ୍ରକାଶ କରୁଥିଲା ।ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ । ସେ ଜଣେ ଉତ୍ତମ ସ୍ବଭାବର ବ୍ୟକ୍ତି । ତାଙ୍କ ଭଳି ଜଣେ ବ୍ୟକ୍ତିତ୍ବଙ୍କୁ ସମସ୍ତେ ମନେ ପକାଇବେ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା

ନିଜର ଷ୍ଟାଇଲରେ ସେ ଅଲଗା ଥିଲେ । ସବୁବେଳେ ସେଇ ହସ ହସ ମୁହଁ ଓ ସୁନା ଆଭୂଷଣ ତାଙ୍କୁ ସବୁବେଳେ ଅନ୍ୟମାନଙ୍କଠାରୁ ଅଲଗା କରୁଥିଲା । ହେଲେ ଏବେ ଆଉ ଦେଖିବାକୁ ମିଳିବନି ସେହି ହସ ହସ ମୁହଁ । ସବୁଦିନ ପାଇଁ ନୀରବି ଯାଇଛନ୍ତି ବାପି ଲାହିରି ।

Last Updated : Feb 16, 2022, 9:49 AM IST

ABOUT THE AUTHOR

...view details