ଓଡିଶା

odisha

ETV Bharat / sitara

'ମଙ୍କି ମ୍ୟାନ୍'ରେ ନଜର ଆସିବେ ସିକନ୍ଦର ଖେର - sikander-kher-to-make-international-film

ବ୍ରିଟିଶ ଭାରତୀୟ ଅଭିନେତା ଦେବ ପଟେଲଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର "ମଙ୍କି ମ୍ୟାନ୍" ସହିତ ଅଭିନେତା ସିକନ୍ଦର ଖେର ବିଶ୍ବ ସିନେମାରେ ଡେବ୍ୟୁ କରିବେ ।

sikander-kher-to-make-international-film-debut-with-dev-patels-monkey-man
'ମଙ୍କି ମ୍ୟାନ୍'ରେ ନଜର ଆସିବେ ସିକନ୍ଦର ଖେର

By

Published : Mar 13, 2021, 10:21 PM IST

ମୁମ୍ବାଇ: ବ୍ରିଟିଶ ଭାରତୀୟ ଅଭିନେତା ଦେବ ପଟେଲଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର "ମଙ୍କି ମ୍ୟାନ୍" ସହିତ ଅଭିନେତା ସିକନ୍ଦର ଖେର ବିଶ୍ବ ସିନେମାରେ ଡେବ୍ୟୁ କରିବେ।

ସିକନ୍ଦର 2008ରେ ହନସଲ ମେହେତାଙ୍କ 'ଉଡଷ୍ଟୋକ୍ ଭିଲ୍ଲା' ସହିତ ଅଭିନୟ ଆରମ୍ଭ କରିଥିଲେ ଏବଂ ଏହା ପରେ ସେ 'ଖେଲେ ହମ୍ ଜୀ ଜାନ ସେ', 'ପ୍ଲେୟର୍ସ', 'ଓ୍ବରଙ୍ଗଜେବ' ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

'ମଙ୍କି ମ୍ୟାନ୍'ରେ ନଜର ଆସିବେ ସିକନ୍ଦର ଖେର

ସିକନ୍ଦର ଫିଲ୍ମ "ମଙ୍କି ମ୍ୟାନ୍" କାମ କରିବା ବିଷୟରେ ଇନଷ୍ଟାଗ୍ରାମରେ ସୂଚନା ସେୟାର କରି ଲେଖିଛନ୍ତି, 'ମୁଁ ଇଣ୍ଡୋନେସିଆରେ ଚାରି ମାସ ଧରି ଏହା କରୁଥିଲି। ହ୍ୟାସଟ୍ୟାଗ୍ "ମଙ୍କି ମ୍ୟାନ୍" ।

ପ୍ରକାଶ ଥାଉ ଯେ, ସିକନ୍ଦର ହେଉଛନ୍ତି କିରଣ ଖେରଙ୍କ ପ୍ରଥମ ସ୍ବାମୀ ଗୌତମ ବେରୀଙ୍କ ପୁଅ । ଯେତେବେଳେ ତାଙ୍କୁ 3 ବର୍ଷ ହୋଇଥିଲା, କିରଣ ଅନୁପମ ଖେରଙ୍କୁ ବିବାହ କରିଥିଲେ । ସିକନ୍ଦର ଏବଂ ଅନୁପମଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । ସିକନ୍ଦର ଅନେକ ଟିଭି ଧାରାବାହିକ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ABOUT THE AUTHOR

...view details