ମୁମ୍ବାଇ: କଲର୍ସ ଟିଭିର ବିବାଦିତ ରିଆଲିଟି ଶୋ ବିଗ ବସ 13ର ଫେମସ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଲା ଓ ସେହନାଜ ଗିଲଙ୍କ ମଧ୍ୟରେ କେବେ ରୋମାନ୍ସ ଦେଖିବାକୁ ମିଳୁଛି ତ ଆଉ କେବେ ଲଢେଇ । ନିକଟରେ ପ୍ରସାରିତ ହୋଇଥିବା ଏକ ଶୋରେ ଦୁଇଜଣଙ୍କ ପ୍ରେମ ସମ୍ପର୍କରେ ଦେଖା ଦେଇଥିଲା ଫାଟ ।
ସିଗାରେଟ ସହ ସେହନାଜଙ୍କୁ ତୁଳନା କଲେ ସିଦ୍ଧାର୍ଥ
ପ୍ରେମ ସମ୍ପର୍କରେ ପଡିଲା ଫାଟ । ପରସ୍ପର ଉପରେ ଖପ୍ପା ବିଗ ବସ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଲା ଓ ସେହନାଜ ଗିଲ । ସିଗାରେଟ ଭଳି ସିଦ୍ଧାର୍ଥଙ୍କ ଜୀବନରେ ସେହନାଜ ।
କ୍ୟାପ୍ଟେନସି ଟାସ୍କ ସମୟରେ ସିଦ୍ଧାର୍ଥ ଓ ସେହନାଜଙ୍କ ମଧ୍ୟରେ ଖୁବ୍ ଝଗଡା ଦେଖିବାକୁ ମିଳିଥିଲା । ଇତିମଧ୍ୟରେ ସିଦ୍ଧାର୍ଥ ନିଜ ପକ୍ଷ ରଖିଛନ୍ତି । ଆଉ ସେହନାଜଙ୍କୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଏହା ମଧ୍ୟ ଜଣାଇଛନ୍ତି ଯେ ଆଗାମୀ ଦିନରେ ସେ ସେହନାଜଙ୍କ ସହ କିପରି ବ୍ୟବହାର କରିବେ । ଆଉ ଖୁଲାସା କରିଛନ୍ତି ନିଜ ଜୀବନରେ ସେ ସେହନାଜଙ୍କୁ କିପରି ଦେଖୁଛନ୍ତି ।
ସିଦ୍ଧାର୍ଥ, ସେହନାଜଙ୍କ ସହ କଥାବାର୍ତ୍ତା କରି କହିଥିଲେ, ‘ମୁଁ ତୁମ ସହ ସମ୍ପୃକ୍ତ ଅଛି । ହେଲେ ତୁମ ସହ ମୋ ସମ୍ପର୍କ ଭିନ୍ନ ପ୍ରକାରର । ତୁମେ ମୋ ପାଇଁ ସିଗାରେଟ ଭଳି । ମୁଁ ଜାଣିଛି କିପରି ସିଗାରେଟ ମୋତେ ଖରାପ କରୁଛି । ହେଲେ ଏହାକୁ ମୁଁ ଛାଡିପାରୁନାହିଁ । ମୁଁ ଜାଣିଛି ସିଗାରେଟ ନେଲେ ମତେ ସମସ୍ୟା ହେବ । କିନ୍ତୁ କିଛି ସମୟ ପରେ ମୁଁ ଏହାକୁ ଛାଡି ଦେବି । ଯେମିତି ଆଜି ଆମେ ଏଠାରେ ଅଛେ, କଥା ହେଉଛେ । ମୁଁ କଥା ଦେଉଛି ତୁମକୁ କୌଣସି କଷ୍ଟ ଦେବି ନାହିଁ । ଏହା ବାସ୍ତବତା, ଏହାକୁ ସ୍ବୀକାର କର ।’ ସିଦ୍ଧାର୍ଥଙ୍କ ଏପରି କଥା ଶୁଣି ସେହନାଜ ପୁରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।