ମୁମ୍ବାଇ: ଖୁବଶିଘ୍ର ଆସୁଛି ଅଭିନେତା ସିଦ୍ଧାର୍ଥ ମଲୋହୋତ୍ରା ଓ ପରିଣୀତି ଚୋପ୍ରା ଷ୍ଟାରର ଫିଲ୍ମ 'ଜବରିୟା ଯୋଡି' । କିଛିଦିନ ହେବ ଫିଲ୍ମର ବିଭିନ୍ନ ପୋଷ୍ଟରକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଆଜି ରିଲିଜ ହୋଇଛି ଫିଲ୍ମର ରିଲିଜ ଡେଟ...
ଫିଲ୍ମ 'ଜବରିୟା ଯୋଡି' ନିକଟରେ ମେ 17ତାରିଖରେ ରିଲିଜ ହେବ ବୋଲି ଘୋଷଣା କରାଯାଇଥିବାବେଳେ ଏବେ କିନ୍ତୁ ସିଦ୍ଧାର୍ଥ ପୁଣି ନିଜ ସୋସିଆଲ ମିଡିଆରେ ଏହି ନୂଆ ରିଲିଜ ଡେଟ ଘୋଷଣା କରିଛନ୍ତି । ସିଦ୍ଧାର୍ଥ ସୋସିଆଲ ମିଡିଆରେ ଗୋଟିଏ ଫଟୋ ପୋଷ୍ଟ କରି ଲେଖିଛନ୍ତି, '12ଜୁଲାଇରେ ଗୋଟିଏ ସରପ୍ରାଇଜ ବିବାହ ଆପଣଙ୍କୁ ଅପେକ୍ଷା କରିଛି । ସିନେମା ହଲରେ ଦେଖାହେବ ।'