ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଆଜିକାଲି ନିଜର ଅପକମିଂ ଫିଲ୍ମ ‘ଶେରଶାହ’ ସୁଟିଂ ପାଇଁ ଜମ୍ମୁ-କାଶ୍ମୀରରେ ଅଛନ୍ତି। ଏହି ଫିଲ୍ମରେ ସିଦ୍ଧାର୍ଥ ଡବଲ ରୋଲରେ ନଜର ଆସିବେ। ଫିଲ୍ମଟି କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ କାହାଣୀ ଉପରେ ଆଧାରିତ। ଭାରତୀୟ ଯବାନ ବିକ୍ରମଙ୍କୁ ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା । ଯିଏ 1999ରେ ହୋଇଥିବା କାରଗିଲ ଯୁଦ୍ଧରେ ବୀରତ୍ବର ସହ ଲଢିଥିଲେ।
ୱାର୍କ ଆଉଟ କରୁଛନ୍ତି ସିଦ୍ଧାର୍ଥ
‘ଶେରଶାହ’ ସୁଟିଂରେ ଏବେ ବ୍ୟସ୍ତ ସିଦ୍ଧାର୍ଥ । ଯେଉଁଥି ପାଇଁ ନିଜକୁ ଫିଟ୍ ରଖିବାରେ ଲାଗିପଡିଛନ୍ତି ସେ। ସୋସିଆଲ ମିଡିଆରେ ସେୟାର କରିଛନ୍ତି ନିଜ ୱାର୍କଆଉଟର ଭିଡିଓ । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ କିୟାରା ଆଡଭାନୀ ।
ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ବିଷ୍ଣୁ ବରଧାନ ତୁଲାଉଥିବା ବେଳେ ଫିଲ୍ମକୁ ଆସନ୍ତା ବର୍ଷ ରିଲିଜ କରିବାର ଯୋଜନା କରୁଛନ୍ତି ମେକର୍ସ । ଫିଲ୍ମରେ ନିଜକୁ ଦମଦାର ଲୁକରେ ଦେଖାଇବା ପାଇଁ ସିଦ୍ଧାର୍ଥ ଖୁବ୍ ପରିଶ୍ରମ ମଧ୍ୟ କରୁଛନ୍ତି। ଯାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
କିଛି ୱାର୍କଆଉଟ ଭିଡିଓ ସେ ନିଜ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓ ତାଙ୍କର ଏଲ୍ଟିଟ୍ୟୁଡ ଟ୍ରେନିଂର । ଯେଉଁଥିରେ ସେ କଠିନ ୱାର୍କଆଉଟ କରୁଥିବାର ନଜର ଆସୁଛନ୍ତି। ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ନିଜ ବାହାନା ଠାରୁ ଅଧିକ ମଜବୁତ ହୁଅ । ପାହାଡ ଉପରେ ହାଇ ଏଲ୍ଟିଟ୍ୟୁଡ ଟ୍ରେନିଂ କରୁଛି । ’