ଓଡିଶା

odisha

By

Published : Sep 11, 2021, 6:45 AM IST

ETV Bharat / sitara

Vikram Batra Birth Anniversary, ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଦ୍ଧାର୍ଥ

କାର୍ଗିଲ ଯୁଦ୍ଧରେ ବୀରତ୍ବର ସହିତ ଲଢେଇ କରି ମାତ୍ର ୨୪ ବର୍ଷ ବୟସରେ ଶହୀଦ ହୋଇଥିଲେ କ୍ୟାପଟେନ ବିକ୍ରମ ବତ୍ରା । ତେବେ ତାଙ୍କ ୪୭ତମ ଜନ୍ମବାର୍ଷିକୀ ଅବସରରେ ରିଲ ବିକ୍ରମ ବତ୍ରା ତଥା ବଲିଉଡ ଅଭିନେତା ସିଦ୍ଧାର୍ଥ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଧିକ ପଢନ୍ତୁ...

Vikram Batra Birth Anniversary, ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଦ୍ଧାର୍ଥ
Vikram Batra Birth Anniversary, ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଦ୍ଧାର୍ଥ

ମୁମ୍ବାଇ:ଗୁରୁବାର ଶେରଶାହ ତଥା କ୍ୟାପଟେନ ବିକ୍ରମ ବତ୍ରାଙ୍କ ୪୭ତମ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରିଲ ଶେରଶାହ ସିଦ୍ଧାର୍ଥ ମଲହୋତ୍ରା । କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ଏହି ବୀର ଯବାନଙ୍କୁ ସର୍ବଦା ଦେଶବାସୀ ମନେ ରଖିବେ ବୋଲି ସେ କହିଛନ୍ତି । ଶହୀଦ ବିକ୍ରମଙ୍କ ଜୀବନ କାହାଣୀ ଉପରେ ଅଭିନୟ କରିଥିବା ଅଭିନେତା ସିଦ୍ଧାର୍ଥ ତାଙ୍କ ଜନ୍ମବାର୍ଷିକୀରେ ସୋସିଆଲ ମିଡ଼ିଆରେ ଏକ ଭାବପୂର୍ଣ୍ଣ ନୋଟ ସେୟାର କରିଛନ୍ତି ।

Vikram Batra Birth Anniversary, ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଦ୍ଧାର୍ଥ

ସିଦ୍ଧାର୍ଥ ଟ୍ବିଟ କରି ଲେଖିଛନ୍ତି ଯେ ଯେଉଁମାନେ ଆମ ଜୀବନକୁ ସ୍ପର୍ଶ କରନ୍ତି ବା ନିଜ କାର୍ଯ୍ୟ ଦ୍ବାରା ଲୋକଙ୍କ ଆତ୍ମାକୁ ସ୍ପର୍ଶ କରନ୍ତି, ସେମାନେ ଆମ ହୃଦୟରେ ସବୁଦିନ ପାଇଁ ରୁହନ୍ତି । କ୍ୟାପଟେନ ବିକ୍ରମ ବତ୍ରା, ତୁମେ ତୁମର ଜୀବନକୁ ବୀରତ୍ବ, ଜ୍ଞାନ, ଚମତ୍କାରିତା ଏବଂ ଦେଶ ପ୍ରତି ପ୍ରେମ ସହିତ ସମସ୍ତଙ୍କ ଆତ୍ମାକୁ ସ୍ପର୍ଶ କରିଛ। ଏହି ବଳିଦାନ ପାଇଁ ସେ ସର୍ବଦା ଆମ ହୃଦୟରେ ରହିବେ ବୋଲି ସିର୍ଦ୍ଧାର୍ଥ କହିଛନ୍ତି । ଶହୀଦ ବିକ୍ରମଙ୍କୁ ସ୍ମରଣ କରି ସେ ଜୟ ହିନ୍ଦ ବୋଲି ଲେଖିଛନ୍ତି ।

୧୯୯୯ ମସିହା କାର୍ଗିଲ ଯୁଦ୍ଧରେ କ୍ୟାପଟେନ ବିକ୍ରମ ବର୍ତ୍ତା ପାକିସ୍ତାନ ସହିତ ଲଢେଇ କରି ଶହୀଦ ହୋଇଥିଲେ । ତେବେ ସେ ମାତ୍ର ୨୪ ବର୍ଷ ବୟସରେ ନିଜ ବୀରତ୍ବ ପ୍ରଦର୍ଶନ କରି ଦେଶ ମାତୃକା ପାଇଁ ଜୀବନ ଦେଇଥିଲେ । ଏହି ବଳିଦାନ ପାଇଁ ତାଙ୍କୁ ସବୁଠାରୁ ଅଧିକ ସମ୍ମାନରେ ସମ୍ମାନିତ କରାଯାଇଛି । ଯୁଦ୍ଧକାଳୀନ ଗ୍ୟାଲେଣ୍ଟ୍ରି ଯେମିତିକି ପରମବୀର ଚକ୍ର ଭଳି ସମ୍ମାନଜନକ ଆୱାର୍ଡ ଦିଆଯାଇଛି ।

ବଲିଉଡ଼ ଅଭିନେତା ସିଦ୍ଧାର୍ଥ ଏହି ବୀର ଯବାନଙ୍କ ଭୂମିକାରେ ଅଭିନୟ କରିଥିଲେ । ଗତ ଅଗଷ୍ଟ ୧୨ ତାରିଖ ପୂର୍ବରୁ ଆମାଜନ ପ୍ରାଇମ ଭିଡ଼ିଓରେ ଏହି ଫିଲ୍ମଟି ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । କାର୍ଗିଲ ଯୁଦ୍ଧରେ ବିକ୍ରମଙ୍କୁ ଦିଆଯାଇଥିବା କୋଡ ନାମ(ଶେରଶାହ) ନାମରେ ଫିଲ୍ମର ନାମ ରଖାଯାଇଥିଲା । ଏଥିରେ ଅଭିନେତ୍ରୀ କିଆରା ଆଡ଼ଭାନୀ କ୍ୟାପେଟନ ବିକ୍ରମଙ୍କ ଭାବି ପତ୍ନୀ ଡିମ୍ପଲ ଛିମାଙ୍କ ଭୂମିକାରେ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details