ଓଡିଶା

odisha

By

Published : Oct 20, 2020, 8:18 PM IST

ETV Bharat / sitara

'ଶେର ଶାହା'ର ସୁଟିଂ ଆରମ୍ଭ କଲେ ସିଦ୍ଧାର୍ଥ, ସେୟାର କଲେ ଫଟୋ

ଫିଲ୍ମ 'ଶେର୍ ଶାହା' କାର୍ଗିଲ ଓ୍ବାରର ରିୟଲ ହିରୋ ବିକ୍ରମ ବତ୍ରାଙ୍କ ଜୀବନ ଉପରେ ଅଧାରିତ । ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ଜଣେ ସେନା ଅଧିକାରୀ ଭୂମିକାରେ ନଜର ଆସିବେ । ଅଧିକ ପଢନ୍ତୁ...

siddharth malhotra resumes shooting for shershaah shares pictures from sets
'ଶେର ଶାହା'ର ସୁଟିଂ ଆରମ୍ଭ କଲେ ସିଦ୍ଧାର୍ଥ,ସେୟାର କଲେ ଫଟୋ

ମୁମ୍ବାଇ: କୋରୋନା ଯୋଗୁଁ ଅନେକ ଚଳଚ୍ଚିତ୍ରର ସୁଟିଂ ବନ୍ଦ ହୋଇଯାଇଥିଲା, କିନ୍ତୁ ବର୍ତ୍ତମାନ ସମସ୍ତେ ଧୀରେ ଧୀରେ କାମକୁ ଫେରୁଛନ୍ତି । ଏଭଳି ପରିସ୍ଥିତିରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ଦୀର୍ଘ ସମୟ ପରେ ସୁଟିଂ ସେଟକୁ ଫେରିଛନ୍ତି ।

ମଙ୍ଗଳବାର, ସିଦ୍ଧାର୍ଥ ଓ୍ବାର ଫିଲ୍ମ 'ଶେର ଶାହା'ର ସେଟକୁ ଫେରିଛନ୍ତି । ଅଭିନେତା ନିଜେ ଫିଲ୍ମର ସୁଟିଂ ସେଟରୁ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସିଦ୍ଧାର୍ଥଙ୍କ ଏହି ଫଟୋକୁ ପ୍ରଂଶସକମାନେ ବହୁତ ପସନ୍ଦ କରୁଛନ୍ତି ।

ଫଟୋରେ କ୍ୟାପସନରେ ସିଦ୍ଧାର୍ଥ ଲେଖିଛନ୍ତି, 'ସୌନିକ, କାମକୁ ଫେରିଲେ' ।

ଚଳଚ୍ଚିତ୍ର 'ଶେର୍ ଶାହା' କାର୍ଗିଲ ଓ୍ବାରର ରିୟଲ ହିରୋ ବିକ୍ରମ ବତ୍ରାଙ୍କ ଜୀବନ ଉପରେ ଅଧାରିତ । ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ଜଣେ ସେନା ଅଧିକାରୀ ଭୂମିକାରେ ନଜର ଆସିବେ । ସିଦ୍ଧାର୍ଥଙ୍କ ବ୍ୟତୀତ କିଆରା ଆଡଭାନୀ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ ।

ଏହି ଚଳଚ୍ଚିତ୍ରଟି ବିଷ୍ଣୁବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଏବଂ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ ହେଉଛି ।

ABOUT THE AUTHOR

...view details