ମୁମ୍ବାଇ: ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ପାର୍କରେ ଇଶାନ ଖଟ୍ଟରଙ୍କ ସହ ଓ୍ବାର୍କଆଉଟ କରୁଛନ୍ତି । ଏହି ମଜାଦାର ଓ୍ବାର୍କଆଉଟରେ ଯୋଗଦେବା ପାଇଁ ସିଦ୍ଧାନ୍ତ ତାଙ୍କ ତାଙ୍କ କୋ-ଷ୍ଟାର କ୍ୟାଟ୍ରିନାଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ।
ବାସ୍ତବରେ, ଭିଡିଓରେ ସିଦ୍ଧାନ୍ତ ଏବଂ ଇଶାନ ସିରିୟସ ମୋଡରେ ୱାର୍କଆଉଟ୍ କରୁଥିବାର ଦେଖିବାକୁ ମିଳିଛି, ବ୍ୟାକଗ୍ରାଉଣ୍ତରେ ହଲିଉଡ ଗୀତ ମଧ୍ୟ ଶୁଣିବାକୁ ମିଳିଛି । ତା’ପରେ କିଛି ସେକେଣ୍ଡ ପରେ ହିନ୍ଦୀ ଗୀତ ବାଜିବା ଆରମ୍ଭ କରେ । 'ରିମ୍ ଝିମ୍ ଗିରେ ସାୱନ୍' 'ଗୀତରେ ଉଭୟ ଅଭିନେତା ଅତ୍ୟନ୍ତ ମଜାଳିଆ ଢଙ୍ଗରେ ଓ୍ବାର୍କଆଉଟ କରୁଥିବାର ନଜର ଆସିଛନ୍ତି । ଏହି ମଜାଳିଆ ଓ୍ବାର୍କଆଉଟରେ ଯୋଗଦେବା ପାଇଁ ଅଭିନେତା କ୍ୟାଟ୍ରିନାଙ୍କୁ ଆମନ୍ତ୍ରଣ କରିଛନ୍ତି ।