ନୂଆଦିଲ୍ଲୀ:'ଗଲି ବଏ' ଫେମ ସିଦ୍ଧାନ୍ତ ଚତୁର୍ବେଦୀ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ, ସିଦ୍ଧାନ୍ତଙ୍କ ଆବସ୍ ଦେଖିବାକୁ ମିଳିଛି । ସିଦ୍ଧାନ୍ତ ନିଜର ସାର୍ଟଲେସ୍ ଲୁକ୍କୁ “ବମ୍” ବୋଲି କହିଛନ୍ତି ।
ପୋଷ୍ଟ କରିଥିବା ବ୍ଲାକ୍ ଆଣ୍ତ ହ୍ବାଇଟ ଫଟୋର କ୍ୟାପସନରେ ସିଦ୍ଧାନ୍ତ ଲେଖିଛନ୍ତି: "ତେରା ଲକଡାଉନ୍... ମେରା କାଉଣ୍ଟଡାଉନ୍... ୟେ ଜବ୍ ଖୁଲେଗା... ମେଁ ଫଟେଗା... # ତେରାଭାଇ “ବମ୍” ହେ ।
ସିଦ୍ଧାନ୍ତଙ୍କ ଏହି ଫଟୋରେ ଏପର୍ଯ୍ୟନ୍ତ 222k ଲାଇକ୍ ମିଳିସାରିଛି ।
ସିଦ୍ଧାନ୍ତଙ୍କ ଫଟୋକୁ ଦେଖି ଅଭିନେତା ସୁନୀଲ ଶେଟ୍ଟୀ ମନ୍ତବ୍ୟ ଦେଇଛନ୍ତି: "କ୍ୟା ବାତ୍" ।
ସିଦ୍ଧାନ୍ତ ଖୁବ୍ ଶୀଘ୍ର ୟଶ ରାଜ ଫିଲ୍ମସର "ବଣ୍ଟି ଅର ବବଲି ୨" ଏବଂ କରଣ ଜୋହରଙ୍କ ଚଳଚ୍ଚିତ୍ରରେ ନଜର ଆସିବେ ।
"ବଣ୍ଟି ଅର ବବଲି ୨" ରେ ସିଦ୍ଧାନ୍ତ ସମେତ ଅଭିନେତା ସୈଫ ଅଲୀ ଖାନ ଏବଂ ରାନୀ ମୁଖାର୍ଜୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । 2005ରେ ହିଟ୍ ହୋଇଥିବା "ବଣ୍ଟି ଅର ବବଲି" ର ଏହା ଏକ ସିକ୍ୱେଲ୍, ଯେଉଁଥିରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ରାନୀ ମୁଖାର୍ଜୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
ଆଗାମୀ ସମୟରେ ସିଦ୍ଧାନ୍ତ ଶକୁନ ବତ୍ରାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ଦୀପିକା ପାଦୁକୋନଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି ।
ଏହି ଅବସରରେ ସିଦ୍ଧାନ୍ତ ଅଭିନେତା ତାଙ୍କର ଆଗାମୀ କାର୍ଯ୍ୟ ବିଷୟରେ କହିଥିଲେ, ବର୍ତ୍ତମାନ ମୁଁ ଶକୁନ ବତ୍ରାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ଦୀପିକା ପାଦୁକୋନଙ୍କ ଏବଂ ଅନନ୍ୟା ପାଣ୍ଡେଙ୍କ ସହ କାମ କରି ବହୁତ ଖୁସି । ଏହା ଏକ ଭଲ ଫିଲ୍ମ । ଶକୁନ୍ ଜଣେ ବହୁତ ଭଲ ନିର୍ଦ୍ଦେଶକ ଅଟନ୍ତି । ମୁଁ ଏହାକୁ ସୁଟିଂ କରିବା ସମୟରେ ବହୁତ ଉପଭୋଗ କରିଥିଲି । ଏହି ଚଳଚ୍ଚିତ୍ର ବହୁତ ମଜାଦାର ହେବାକୁ ଯାଉଛି । ଦୀପିକାଙ୍କ ସହିତ ଅଭିନୟ କରିବାକୁ ପ୍ରତ୍ୟେକ ପୁଅଙ୍କ ପାଇଁ ଏକ ସ୍ୱପ୍ନ । କିନ୍ତୁ, ମୁଁ ଦୀପିକାଙ୍କ ସହିତ କାମ କରିବାର ସୁଯୋଗ ପାଇଥିବାରୁ ବହୁତ ଖୁସି । ଏହା ଏକ ରୋମାଣ୍ଟିକ୍ ଥ୍ରୀଲର ଚଳଚ୍ଚିତ୍ର ।