ଓଡିଶା

odisha

By

Published : Jun 9, 2020, 8:47 PM IST

ETV Bharat / sitara

‘ଟ୍ରିପଲ ଆର’ ପାଇଁ ସିଂଘମଙ୍କୁ ମିଳିଲେ ଅଭିନେତ୍ରୀ

ପୁଣି ଚର୍ଚ୍ଚାରେ ଚର୍ଚ୍ଚିତ ଫିଲ୍ମ ‘ଟ୍ରିପଲ ଆର’ । ଫିଲ୍ମରେ ସାମିଲ ହେଲେ ଆଉ ଜଣେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ଫେମସ ନିର୍ମାତା ଏସଏସ ରାଜମୌଲୀଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଟ୍ରିପଲ ଆର’କୁ ନେଇ ଦୀର୍ଘ ସମୟରୁ ଉତ୍ସାହିତ ଦର୍ଶକ । ବର୍ତ୍ତମାନ ଏହି ଫିଲ୍ମରେ ଆଉ ଜଣେ ଫେମସ ଅଭିନେତ୍ରୀଙ୍କ ନାମ ସମ୍ପୃକ୍ତ ହୋଇଛି । ଭାରତର 5ଟି ପ୍ରମୁଖ ଭାଷା ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଓ ମଲୟାଲମରେ କାମ କରିସାରିଥିବା ଲୋକପ୍ରିୟ ଅଭିନେତ୍ରୀ ଶ୍ରିୟା ସରନ ଏହି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଯାହାକୁ ନେଇ ଏକ୍ସାଇଟେଡ ତାଙ୍କ ଫ୍ୟାନ୍ସ ।

ସେ ଏହି ଫିଲ୍ମରେ ବି-ଟାଉନର ସିଂଘମ ଅଜୟ ଦେବଗନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ଏହାର ସୂଚନା ଶ୍ରିୟା ନିଜେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି । ସେ ଇନଷ୍ଟା ଲାଇଭରେ ଏହାର ଖୁଲାସା କରିଛନ୍ତି ।

ଆଉ ଜଣାଇଛନ୍ତି ଯେ ଫିଲ୍ମ ପାଇଁ ରାଜାମୌଲୀ ତାଙ୍କୁ ଜଣେ ଭାବୁକ ଭୂମିକାରେ ଅଭିନୟ କରିବାକୁ ଅଫର ଦେଇଛନ୍ତି । ଯାହା ଫିଲ୍ମର ଫ୍ଲାଶବ୍ୟାକ ଏପିସୋଡରେ ପର୍ଯ୍ୟବେଶିତ କରାଯିବ ।

ପ୍ରକାଶ ଥାଉକି ଅଜୟଙ୍କ ସହ ଏହା ତାଙ୍କର ଦ୍ବିତୀୟ ଫିଲ୍ମ । ଏହାପୂର୍ବରୁ ଏହି ଯୋଡି ବଲିଉଡ ଫିଲ୍ମ ‘ଦୃଶ୍ୟମ’ରେ ଜବରଦସ୍ତ ଅଭିନୟ କରିସାରିଛନ୍ତି । ଯାହା 2015ରେ ରିଲିଜ ହୋଇଥିଲା । ଫିଲ୍ମରେ ସେ ଅଜୟଙ୍କ ପତ୍ନୀ ସାଜିଥିଲେ । ଯଦି କଥା ହେବା ‘ଟ୍ରିପଲ ଆର’ର ତେବେ ଏହି ଦୁଇ ଷ୍ଟାର୍ସଙ୍କ ବ୍ୟତୀତ ଜୁନିୟର ଏନଟିଆର, ରାମଚରଣ ଓ ଆଲିୟା ଭଟ୍ଟ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ABOUT THE AUTHOR

...view details