ମୁମ୍ବାଇ: ବଲିଉଡର ପିଛା ଛାଡୁନି କୋରୋନା । ଏବେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁର କୋରୋନାରେ ସଂକ୍ରମିତ ହୋଇଛନ୍ତି । ସେ ଏବେ ଗୋଆରେ ଅଛନ୍ତି । ଏଥିସହିତ ସେ ନିଜକୁ ଆଇସୋଲେଟ୍ କରିଛନ୍ତି ।
ଶ୍ରଦ୍ଧା କପୁରଙ୍କ ଭାଇ କୋରୋନା ପଜିଟିଭ - Shraddha’s brother Siddhanth tests positive
ବଲିଉଡର ପିଛା ଛାଡୁନି କୋରୋନା । ଏବେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁର କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିସହିତ ସେ ନିଜକୁ ଆଇସୋଲେଟ୍ କରିଛନ୍ତି । ଅଧିକ ପଢନ୍ତୁ...
ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତଙ୍କୁ କୋରୋନା
ସିଦ୍ଧାନ୍ତ ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରି ନିଜର କୋରୋନା ପଜିଟିଭ ହେବା ସୂଚନା ପ୍ରଶଂସକଙ୍କୁ ସେୟାର କରିଛନ୍ତି । ଏଥିସହିତ ସେ କିଛି ଦିନ ଭିତରେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଟ୍ବିଟ କରି କହିଛନ୍ତି ।
ପ୍ରକାଶ ଥାଉ ଯେ, ବଲିଉଡ ଅଭିନେତା ସିଦ୍ଧାନ୍ତ ‘ହସିନା ପାର୍କର’,‘ବୋମ୍ବରିଆ’,‘ୟାରମ୍’ ଭଳି ଅନେକ ଫିଲ୍ମରେ ଅଭିନୟ କରି ସାରିଛନ୍ତି । ୨୦୨୦ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଭୂତ ପାର୍ଟ-1ରେ ମଧ୍ୟ ସିଦ୍ଧାନ୍ତ ନଜର ଆସିଥିଲେ ।
TAGGED:
ସିଦ୍ଧାନ୍ତଙ୍କୁ କୋରୋନା