ଓଡିଶା

odisha

ETV Bharat / sitara

ଶ୍ରଦ୍ଧାଙ୍କ ଫଟୋରେ ଫ୍ୟାନ୍ସଙ୍କ ବାଃ ବାଃ

ଅନେକ ଦିନ ପରେ ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଶ୍ରଦ୍ଧା କପୁର । ଏବେ ‘ଛିଛୋରେ’ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଶ୍ରଦ୍ଧା । ଫଟୋ ଦେଖି ଫ୍ୟାନ୍ସ ଦେଇଛନ୍ତି ବାଃ ବାଃ ।

By

Published : Aug 27, 2019, 1:28 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ରଦ୍ଧା କପୁର

ମୁମ୍ବାଇ: ଆଜିକାଲି ନିଜର ଦୁଇଟି ଫିଲ୍ମକୁ ନେଇ ଚର୍ଚ୍ଚାରେ ଶ୍ରଦ୍ଧା କପୁର । ଆଉ ଚାରି ଦିନ ପରେ ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ‘ସାହୋ’ ରିଲିଜ ହେବାକୁ ଯାଉଛି । ଏଥିରେ ସେ ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କ ସହ ନଜର ଆସିବେ । ସେହି ପରି ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କ ଆଗାମୀ ଫିଲ୍ମ ‘ଛିଛୋରେ’ ମଧ୍ୟ ସେପ୍ଟେମ୍ବର 6ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ଯାହାର ପ୍ରମୋଶନରେ ଲାଗିପଡିଛନ୍ତି ଶ୍ରଦ୍ଧା ।

ସେ ‘ଛିଛୋରେ’ ଷ୍ଟାର-କାଷ୍ଟ ସୁଶାନ୍ତ, ବରୁଣ ଶର୍ମା, ତାହିର ରାଜ ବାସିନଙ୍କ ସହ ମିଶି ଫିଲ୍ମର ପ୍ରୋମଶନ ପାଇଁ ଅନେକ ଇଭେଣ୍ଟରେ ଯୋଗ ଦେଉଥିବାର ଦେଖାଯାଉଛନ୍ତି । ଇତିମଧ୍ୟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ନୂଆ ଅବତାରରେ ନଜର ଆସୁଛନ୍ତି । ସ୍ମୋକି ଆଇଜ ସହ ଗ୍ରୀନ ଆଉଟଫିଟରେ ପୁଣି ଫ୍ୟାନ୍ସଙ୍କୁ ଦିୱାନା କରିଦେଇଛନ୍ତି ଶ୍ରଦ୍ଧା । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଛିଛୋରେର ପ୍ରମୋଶନ ଆଜି’ । ଏହାସହ ସେ କେଉଁ ବ୍ରାଣ୍ଡର ଡ୍ରେସ ପିନ୍ଧିଛନ୍ତି ତାହା ମଧ୍ୟ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ABOUT THE AUTHOR

...view details