ଓଡିଶା

odisha

ETV Bharat / sitara

ପ୍ରେମିକଙ୍କୁ ବାହା ହେବେ ଶ୍ରଦ୍ଧା, ରାଜି ନୁହେଁ ବାପୁ - ଶକ୍ତି କପୁର

ବଲିଉଡ଼ ସୁନ୍ଦରୀ ଶ୍ରଦ୍ଧା କପୁର ରୋହନଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ଶୁଣିବାକୁ ମିଳୁଛି । ତେବେ ଜାଣନ୍ତୁ ଏହି ଖବର ଉପରେ ଶ୍ରଦ୍ଧାଙ୍କ ବାପୁ ତଥା ଶକ୍ତି କପୁର କ'ଣ କହିଛନ୍ତି...

Shraddha Kapoor to marry Rohan Shrestha soon? Here's what Shakti Kapoor has to say
Shraddha Kapoor to marry Rohan Shrestha soon? Here's what Shakti Kapoor has to say

By

Published : Aug 29, 2021, 4:29 PM IST

ହାଇଦ୍ରାବାଦ: ବଲିଉଡ଼ ଆଶିକି ଗର୍ଲ ଶ୍ରଦ୍ଧା କପୁର ଫଟୋଗ୍ରାଫର ଫ୍ରେଣ୍ଡ ରୋହନ ଶ୍ରେଷ୍ଠାଙ୍କ ସହ ନିଜ ସମ୍ପର୍କକୁ ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି । କିନ୍ତୁ ଉଭୟଙ୍କ ବିବାହଙ୍କୁ ନେଇ ଗୁଜବ ଆରମ୍ଭ ହୋଇଛି । ଅଭିନେତା ବରୁନ ଧୱନଙ୍କ ପରେ ଶ୍ରଦ୍ଧାଙ୍କ ସମ୍ପର୍କୀୟ ଭାଇ ପ୍ରିୟାଙ୍କ ଶର୍ମା ଏହି ଗୁଜବ ସୃଷ୍ଟି କରିଥିବା ସୂଚନା ମିଳିଛି ।

ଶ୍ରଦ୍ଧା ଓ ରୋହନଙ୍କ ବିରୋଧରେ ଚାଲିଥିବା ଗୁଜବକୁ ନେଇ ପ୍ରିୟାଙ୍କଙ୍କୁ ଏକ ଗଣମାଧ୍ୟମ ପ୍ରଶ୍ନ ପଚାରିଥିଲା । ଏହାର ଉତ୍ତରରେ ପ୍ରିୟାଙ୍କ ପ୍ରଥମେ ଏଥିରେ 'ନୋ କମେଣ୍ଟସ' ବୋଲି କହିଥିଲେ । ଏହାପରେ କହିଥିଲେ ଯେ ଉଭୟଙ୍କୁ ଆପଣ ବିବାହ କରିବାକୁ ଦେଖିବାକୁ ଚାହୁଁଥିଲେ ଏହା ଭଲ କଥା । ସମସ୍ତଙ୍କୁ ଜୀବନରେ ବିବାହ କରିବା ଉଚିତ । ଭବିଷ୍ୟତ ପାଇଁ ଏହା ଉତ୍ତମ । ସେପଟେ ପ୍ରିୟାଙ୍କଙ୍କ ମାଆ ତଥା ନବେ ଦଶକର ବଲିଉଡ଼ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀ କହିଥିଲେ କି ଏପରି ହେଲେ ଆପଣଙ୍କୁ ଖବର ମିଳିଯିବ ବୋଲି ସେ ଗଣମାଧ୍ୟମକୁ କହିଥିଲେ ।

ସେପଟେ ଏହି ସମ୍ପର୍କକୁ ଉଭୟ ଶ୍ରଦ୍ଧା ଓ ରୋହନ ଗ୍ରହଣ କରୁନଥିବା ବେଳେ ମନା ମଧ୍ୟ କରୁନାହାନ୍ତି । ଏହି ଗୁଜବକୁ ଶ୍ରଦ୍ଧାଙ୍କ ବାପୁ ତଥା ପିତା ଶକ୍ତି କପୁର ଖଣ୍ଡନ କରିଛନ୍ତି । ରୋହନ ଜଣେ ଫ୍ୟାମିଲି ଫ୍ରେଣ୍ଡ ଓ ସେ ଅନେକ ଥର ଘରକୁ ଆସିଥାନ୍ତି । କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହ ପାଇଁ ଶ୍ରଦ୍ଧାଙ୍କ ହାତ ମାଗିନଥିବା କହିଛନ୍ତି ଶକ୍ତି। ଯଦି ଶ୍ରଦ୍ଧାଙ୍କ ତାଙ୍କ ଜୀବନସାଥୀ ବାଛି ନେଇ ବିବାହ ପାଇଁ କୁହନ୍ତି, ତେବେ ସେ ସେଥିରେ ରାଜି ହେବେ ବୋଲି ଶକ୍ତି କହିଛନ୍ତି ।

କିନ୍ତୁ ବର୍ତ୍ତମାନ ଶ୍ରଦ୍ଧା ତାଙ୍କ କ୍ୟାରିଅର ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ବିବାହ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୋଲି ଶ୍ରଦ୍ଧା ମାନିଥାନ୍ତି । କିନ୍ତୁ ଏଭଳି ଗୁଜବ ଖବର ବେଳେବେଳେ ଶ୍ରଦ୍ଧାଙ୍କୁ ବିଚଳିତ କରେ ବୋଲି ସେ କହିଛନ୍ତି । ବିବାହ ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ନିଷ୍ପତ୍ତି ନେବା ପୂର୍ବରୁ ଜଣେ ନିଶ୍ଚିତ ହେବା ଆବଶ୍ୟକ ବୋଲି ଶକ୍ତି କହିଛନ୍ତି । ପୂର୍ବରୁ ଶ୍ରଦ୍ଧାଙ୍କ ପିଲାଦିନର ସାଙ୍ଗ ତଥା ବଲିଉଡ ଆକ୍ଟର ବରୁନ ଧୱନ ଉଭୟଙ୍କ ସମ୍ପର୍କକୁ ନେଇ ହିଣ୍ଟସ ଦେଇଥିଲେ । ବରୁନ ଓ ନତାଶାଙ୍କ ବିବାହକୁ ନେଇ ରୋହନ କମେଣ୍ଟ କରିଥିଲେ । ଏହାର ଜବାବରେ ଆଗକୁ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ବରୁନ ରୋହନଙ୍କୁ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details