ମୁମ୍ବାଇ: ଲକଡାଉନ ସମୟରେ ସୁନ୍ଦରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ସହ କନେକ୍ଟ ରହୁଛନ୍ତି। ସେ ଗତ କିଛି ଦନ ନିଜ ଫିଟନେସ ସିଡ୍ୟୁଲ ଓ ଡାଏଟିଂ ଲିଷ୍ଟ ପୋଷ୍ଟ କରି ଚର୍ଚ୍ଚାରେ। ନିଜ ଶାନଦାର ଫିଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶ୍ରଦ୍ଧା ନିକଟରେ ନିଜ ଡାଏଟକୁ ନେଇ ଆଲୋଚନା କରିଥିଲେ।
ଜଙ୍କ ଫୁଡ ଖାଇ ମଧ୍ୟ ଫିଟ୍ ଶ୍ରଦ୍ଧା ! - ଶ୍ରଦ୍ଧା କପୁରଙ୍କ ବଡ ଖୁଲାସା
ନିଜ ଡାଏଟକୁ ସବୁବେଳେ ବାଲାନ୍ସ ରଖିବାକୁ ପସନ୍ଦ କରନ୍ତି ଶ୍ରଦ୍ଧା କପୁର। ଜାଣନ୍ତୁ ତାଙ୍କ ଡାଏଟ ପ୍ଲାନ...
ସେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ କେବେ ମଧ୍ୟ ନିଜ ଡାଏଟକୁ ନେଇ ସକ୍ତ ନୁହେଁ । କାରଣ ସେ ଜଣେ ଫୁଡି । ଆଉ ତାଙ୍କୁ ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ ଖୁବ୍ ପସନ୍ଦ । ସେ ପ୍ରାୟତଃ ବର୍ଗର ଓ ପିଜ୍ଜା ଖାଇବାକୁ ଭଲ ପାଆନ୍ତି । ହେଲେ ସେ ଜଙ୍କ ଫୁଡ ଓ ହେଲ୍ଦୀ ଫୁଡ ମଧ୍ୟରେ ବାଲାନ୍ସ ସବୁବେଳେ ରଖନ୍ତି। ଏହି ବାଲାନ୍ସ ପାଇଁ ସେ ନିଜ ଫିଟନେସର ସଠିକ୍ ଯତ୍ନ ନେଇପାରନ୍ତି।
ପ୍ରକାଶ ଥାଉକି ନିକଟରେ ତାଙ୍କ ଆକ୍ସନ, ଥ୍ରିଲର ଫିଲ୍ମ ‘ବାଗି 3’ ରିଲିଜ ହୋଇଥିଲା । ‘ବାଗି 3’ ପୂର୍ବରୁ ବରୁଣ ଧୱନଙ୍କ ସହ ତାଙ୍କ ‘ଷ୍ଟ୍ରିଟ ଡାନ୍ସର 3ଡି’ ମଧ୍ୟ ରିଲିଜ ହୋଇଥିଲା। ଏହି ଦୁଇ ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା।