ହାଇଦ୍ରାବାଦ: 2021 ବର୍ଷ ଆରମ୍ଭ ହେବା ମଧ୍ୟରେ ତୃତୀୟ ଥର ପାଇଁ ବିଦେଶରେ ଛୁଟି କାଟିବାକୁ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର। ଗତ ମାର୍ଚ୍ଚ 21 ତାରିଖରେ ପରିବାର ସହ ଛୁଟି କାଟିବା ପରେ ମୁମ୍ବାଇ ଫେରିଥିଲେ ଏହି ଚୁଲବୁଲି ଅଭିନେତ୍ରୀ। ତେବେ ଏପରି ଏକ ଜାଗା ରହିଛି ଯେଉଁଥିପାଇଁ ତିନିଥର ଛୁଟି କାଟିବାକୁ ଏଠାରେ ପହଞ୍ଚିଥିବା ଶ୍ରଦ୍ଧା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି ।
ଶ୍ରଦ୍ଧା କପୁର ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି ଯେ, "ପୁଣି ପ୍ରକୃତି ପାଖକୁ।" ବର୍ତ୍ତମାନ ମାଲଦୀପର ବାରୋସ ରିସର୍ଟରେ ଛୁଟି ବିତାଉଛି । ଶ୍ରଦ୍ଧା ଇନଷ୍ଟାଗ୍ରାମରେ ଫଟୋ ସେୟାର କରିବା ପରେ ତାଙ୍କୁ ସିଦ୍ଧାର୍ଥ କପୁର ଟ୍ରୋଲ କରିଛନ୍ତି। ସେ ଲେଖିଛନ୍ତି ଯେ,"ତୁମେ ସେଠାରେ ସ୍ଥାୟୀ ବାସିନ୍ଦା ହେଇଯାଅ।"