ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତ ମୃତ୍ୟୁ ମାମଲାରେ ବିଜେପିର ଅଭିଯୋଗ ପରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ଆମେ ସୁଶାନ୍ତ ଏବଂ ତାଙ୍କ ପରିବାରକୁ ବଦନାମ କରିନାହୁଁ ।
ସେ କହିଛନ୍ତି ଯେ, ମୁମ୍ବାଇ ପୋଲିସ ରିପୋର୍ଟରେ ସମସ୍ତ ତଥ୍ୟ ଥାଇ ମଧ୍ୟ ପୋଲିସ ସମସ୍ତ ତଥ୍ୟର ଖୁଲାସା କରିନଥିଲେ । କାରଣ ସେମାନେ ଚାହୁଁନଥିଲେ ସେମାନଙ୍କର ଅପମାନ ହେଉ । କିନ୍ତୁ ଯେତେବେଳେ ସିବିଆଇ ଏବଂ ଏନସିବି ତଦନ୍ତ ଆରମ୍ଭ କଲା ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା। ଯେଉଁମାନେ ଠାକରେ ପରିବାର ବିରୋଧରେ ଗାତ ଖୋଳିବାକୁ ଚେଷ୍ଟା କରିଥିଲେ ବର୍ତ୍ତମାନ ସେମାନେ ଏହି ଗାତରେ ପଡ଼ିବେ।