ମୁମ୍ୱାଇ: ଅନେକ ମାସ ଧରି ଘର ଭିତରେ ରହିବା ଏବଂ ଜିମ୍ ନଯିବା କାରଣରୁ ଅନେକ ଲୋକ ମାଂସପେଶୀ ଏବଂ ପିଠି ଯନ୍ତ୍ରଣା ଭୋଗୁଛନ୍ତି । ତେଣୁ ଫିଟନେସ ପାଇଁ ଜଣାଶୁଣା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଦର୍ଶକମାନଙ୍କୁ କିଛି ସହଜ ଯୋଗ ଟିପ୍ସ ଦେଇଛନ୍ତି ।
ଶିଳ୍ପା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ବ୍ୟାଘ୍ରସନ, ମାରଜାରିଆସନ ଏବଂ ଉଥାନ ବ୍ୟାଘ୍ରସନ କରୁଥିବାର ଦେଖିବାକୁ ମିଳିଛି । ଯାହା ଶରୀରର ନମନୀୟତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ଭିଡିଓର କ୍ୟାପସନରେ ଶିଳ୍ପା ଲେଖିଛନ୍ତି, ମହାମାରୀର ପ୍ରଭାବ ପୂର୍ବରୁ ବ୍ୟାୟାମ କରିବାକୁ ଆମେ ଅଭ୍ୟାସ କରିଥିବା କାର୍ଯ୍ୟକଳାପ ନକରି ବର୍ତ୍ତମାନ ଆମେ ବିଭିନ୍ନ ପ୍ରକାରର ଯନ୍ତ୍ରଣା ଭୋଗ କରିଛୁ । ପ୍ରତିଦିନ ଘରୁ ବାହାରିବା ଆମମାନଙ୍କ ପାଇଁ ବହୁତ କମ୍ ହୋଇଗଲା । ଯେଉଁଥିପାଇଁ ଆମେ ବହୁତ କମ୍ ଶାରୀରିକ କାର୍ଯ୍ୟକଳାପ କରିଛୁ ।