ଓଡିଶା

odisha

By

Published : Aug 27, 2021, 7:08 PM IST

ETV Bharat / sitara

କେଉଁ ‘ଭୁଲ’ ପାଇଁ ଅନୁତପ୍ତ ଶିଳ୍ପା ?

ଜୀବନରେ ଆମେ କରୁଥିବା 'ଭୁଲ'କୁ ନେଇ ସୋସିଆଲ ମିଡ଼ିଆରେ କିଛି ସିକ୍ରେଟ ମେସେଜକୁ ଇଙ୍ଗିତ କରୁଥିବା ପୋଷ୍ଟ କରିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଜାଣନ୍ତୁ କ'ଣ ...

ଜୀବନରେ 'Mistakes'କୁ ନେଇ ମତ ରଖିଲେ ଶିଳ୍ପା
ଜୀବନରେ 'Mistakes'କୁ ନେଇ ମତ ରଖିଲେ ଶିଳ୍ପା

ହାଇଦ୍ରାବାଦ:ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ସୋସିଆଲ ମିଡିଆରେ ଏକ କ୍ରିପ୍ଟିକ ନୋଟ(ସିକ୍ରେଟ ମେସେଜ) ସେୟାର କରିଛନ୍ତି । ଭୁଲ୍ କରିବା ଏବଂ ସେଥିରୁ ଶିଖିବା ବିଷୟକୁ ନେଇ ସେ ଏହି ନୋଟ ଗୁରୁବାର ବିଳମ୍ବିତ ରାତିରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଜୀବନରେ କିଛି ଭୁଲ କରିବା ସମ୍ପର୍କରେ ଆଲୋଚନା କରି ସେ ସୋଫିଆ ଲୋରେନଙ୍କ ଏକ ଉଦ୍ଧୃତକୁ ସେୟାର କରିଥିଲେ ।

ଜୀବନରେ 'Mistakes'କୁ ନେଇ ମତ ରଖିଲେ ଶିଳ୍ପା

ଏହି ପୋଷ୍ଟରେ " ଜୀବନରେ କିଛି ଭୁଲ ନକରି ଜୀବନକୁ ଆମେ ଆକର୍ଷଣୀୟ କରିପାରିବା ନାହିଁ । ଆମେ ଏଭଳି ଆଶା କରିଥାଉ ଯେ ଜୀବନରେ ଏମିତି କିଛି ଭୁଲ କରିବା ନାହିଁ, ଯାହାକି ଅନ୍ୟ ଲୋକଙ୍କୁ ଆଘାତ ଦେବ। ତଥାପି ଭଲୁ ହୋଇଯାଇଥାଏ ।" ସେ ଆହୁରି ଲେଖିଛନ୍ତି ଯେ ଆମେ ଜୀବନରେ ଅନେକ ଭୁଲ କରି ତାହାକୁ ଭୁଲି ଯାଇଥାଉ । ସେ କେବଳ ଏକ ଭୁଲ ଯୋଗୁଁ ଆମେ ତାକୁ ଭୁଲି ନଥାଉ ବରଂ ଆମେ ସେଥିରୁ ଶିକ୍ଷା ପାଇଥାଉ । ସେ ଏଭଳି କିଛି ନୋଟ ଲେଖି ଏକ ଆନିମେଟେଡ଼ ଷ୍ଟିକର ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଲେଖାଯାଇଛି, ' ମୁଁ ଏକ ଭୁଲ କରିଛି, କିନ୍ତୁ ଏହା ଠିକ ଅଛି ।'

ଏହାରି ମଧ୍ୟରେ ଶିଳ୍ପା ରିଆଲିଟି ଶୋ' Super Dancer 4କୁ ଫେରିଛନ୍ତି । ପ୍ରାୟ ଗୋଟିଏ ମାସ ପରେ ସେ ଏହି ଶୋ'କୁ ଫେରିଛନ୍ତି । ଗତ ଅଗଷ୍ଟ ୨ ତାରିଖରେ ସେ ସ୍ବାମୀଙ୍କ ପର୍ଣ୍ଣୋଗ୍ରାଫି ମାମଲାରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ତେବେ ସୂଚନା ଥାଉ କି ଶିଳ୍ପାଙ୍କ ସ୍ବାମୀ ରାଜକୁନ୍ଦ୍ରାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details