ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ (Shilpa Shetty)ଙ୍କ ଝିଅ ସମିଶା ଶେଟ୍ଟୀ (Samisha Shetty)ଙ୍କ ଆଜି ଜନ୍ମଦିନ । 2 ବର୍ଷ ପୂର୍ବେ ଶିଳ୍ପା ଶେଟ୍ଟୀ ତାଙ୍କ ଝିଅକୁ ସରୋଗେସି ମାଧ୍ୟମରେ ସ୍ବାଗତ କରିଥିଲେ । ଆଜି ସମିଶାଙ୍କ ଜନ୍ମଦିନ, ତେଣୁ ଶିଳ୍ପା ଶେଟ୍ଟୀ ତାଙ୍କ ଝିଅର ଏକ ସୁନ୍ଦର ଭିଡିଓ ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ କ୍ଲିପ୍ ସେୟାର କରିଛନ୍ତି ଯେଉଁଥିରେ ସମିଶା ରାଜ କୁନ୍ଦ୍ରାଙ୍କ ସହ ଖେଳୁଥିବାର ନଜର ଆସିଛି । ଭିଡିଓରେ ଶିଳ୍ପା ପଚାରିଛନ୍ତି, 'କାହାର ମାମା?' ଏହା ଶୁଣି ରାଜ କୁନ୍ଦ୍ରା କହିଛନ୍ତି- 'ମୋର।'
ବାପାଙ୍କ କଥା ଶୁଣିବା ପରେ ସମିଶା କହିଛନ୍ତି ଯେ ଶିଳ୍ପା ତାଙ୍କ ମାଆ। ରାଜ ଶିଳ୍ପାଙ୍କ ଉପରେ ହାତ ରଖି ସମିଶାଙ୍କୁ ଥଟ୍ଟା କରନ୍ତି ଏବଂ ତାଙ୍କୁ ମାମା ମୋର ବୋଲି କୁହନ୍ତି । ଯେଉଁଥିରେ ସମିଶା ପୁଣିଥରେ କୁହନ୍ତି ମାମା ମୋର । ଏହା ପରେ, ରାଜ ଶିଳ୍ପାଙ୍କ କୋଳରେ ମୁଣ୍ଡ ରଖିଲେ, ସମିଶା ମଧ୍ୟ ସେହିପରି କରିଥିଲେ । ଉଭୟଙ୍କ ସୁନ୍ଦର ଲଢେଇ ଭିଡିଓରେ ଦେଖିବାକୁ ମିଳିଛି ।