ମୁମ୍ବାଇ: ଦୀର୍ଘ ଦିନରୁ ବଲିଉଡ ଠାରୁ ଦୂରେଇ ରହିଥିବା ଶିଳ୍ପା ସେଟ୍ଟୀ ରିୟଲିଟି ଶୋରେ ବିଚାରକ ରୂପେ ପ୍ରାୟତଃ ନଜର ଆସୁଛନ୍ତି । ଏହାସହ ସେ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିବା ସହ ସାମାଜିକ ପ୍ରସଙ୍ଗ ଉପରେ ମଧ୍ୟ ନିଜ ପକ୍ଷ ରଖୁଥିବାର ଦେଖାଯାଇଥାନ୍ତି । ବିବାହ ପରେ ଶିଳ୍ପା ଫିଲ୍ମ ଦୁନିଆକୁ ଯେମିତି ଅଲବିଦା କହି ଦେଇଥିଲେ । କିନ୍ତୁ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ ସାମ୍ନାକୁ ଆସିଛି । ସେ ଖୁବଶୀଘ୍ର ବଲିଉଡକୁ ଫେରିବାକୁ ଯାଉଛନ୍ତି ।
ଶୁଣିବାକୁ ମିଳୁଛି ଯେ ସେ ଏକ କମେଡି ଫିଲ୍ମ ଜରିଆରେ ନିଜ କାମକୁ ଫେରିବେ । ସେ ପଞ୍ଜାବୀ ଗାୟକ, ଅଭିନେତା ଦିଲଜିତ ଦୋସାଞ୍ଝ ଓ ୟାମୀ ଗୌତମଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ । ଏହି ଫିଲ୍ମରେ ଶିଳ୍ପା ଜଣେ ଲେଖିକା ରୂପେ ନଜର ଆସିବେ । ଯାହାର ଖୁଲାସା ନିଜେ ଶିଳ୍ପା କରିଛନ୍ତି । କିନ୍ତୁ ଏଯାବତ ସେ ଫିଲ୍ମକୁ ନେଇ କୌଣସି ଘୋଷଣା କରିନାହାଁନ୍ତି ।