ଓଡିଶା

odisha

ETV Bharat / sitara

ତାହିରାଙ୍କ '12 କମାଣ୍ତମେଣ୍ଟସ ଅଫ ୱିଙ୍ଗ ଏ ଓ୍ବମେନ' ବହି ପ୍ରଶଂସାରେ ଶିଳ୍ପା - shilpa shetty praises book of tahira kashyap

'12କମାଣ୍ତମେଣ୍ଟସ ଅଫ ବିଂଙ୍ଗ ଏ ଓ୍ବମେନ' ପୁସ୍ତକ ଜଣେ ମହିଳା ହେବା ଏବଂ ଜଣେ ମହିଳା ହେବାର ଅଭିଜ୍ଞତା ଉପରେ ଆଧାରିତ । ଏହି ପୁସ୍ତକଟି ତାହିରା କଶ୍ୟପ ଲେଖିଛନ୍ତି । ଅଧିକ ପଢନ୍ତୁ...

shilpa shetty praises book of tahira kashyap the 12 commandments of being a woman
ତାହିରାଙ୍କ '12କମାଣ୍ତମେଣ୍ଟସ ଅଫ ବିଂଙ୍ଗ ଏ ଓ୍ବମେନ'ବୁକ୍ କୁ ପ୍ରଶଂସା କଲେ ଶିଳ୍ପା

By

Published : Oct 21, 2020, 10:43 PM IST

ମୁମ୍ବାଇ: ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପଙ୍କ ପୁସ୍ତକ '12କମାଣ୍ତମେଣ୍ଟସ ଅଫ ବିଂଙ୍ଗ ଏ ଓ୍ବମେନ'କୁ ବହୁ ପ୍ରଶଂସା ମିଳୁଛି । ବର୍ତ୍ତମାନ ଶିଳ୍ପା ଶେଟ୍ଟୀ ମଧ୍ୟ ଏହି ପୁସ୍ତକର ପ୍ରଶଂସା କରିଛନ୍ତି ।

ଏଥିସହ ଶିଳ୍ପା ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଏହି ପୁସ୍ତକ ପଢିବାକୁ ଅନୁରୋଧ କରିଛନ୍ତି ।

ଶିଳ୍ପା ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଶିଳ୍ପା ତାହିରାଙ୍କ ପୁସ୍ତକ ବିଷୟରେ କହୁଥିବାର ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ ତାହିରାଙ୍କ ପ୍ରତିଭା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଶିଳ୍ପା ଭିଡିଓରେ କହିଛନ୍ତି, "ବନ୍ଧୁଗଣ, ମୁଁ ମୋର ପ୍ରିୟ ବନ୍ଧୁ ତାହିରାଙ୍କ ଦ୍ବାରା ଲିଖିତ '12କମାଣ୍ତମେଣ୍ଟସ ଅଫ ବିଂଙ୍ଗ ଏ ଓ୍ବମେନ' ପଢୁଛି । ଏହି ପୁସ୍ତକଟି ଅତ୍ୟନ୍ତ ମଜାଳିଆ ଏବଂ ଆପଣ ସମସ୍ତେ ଏହି ପୁସ୍ତକ ପଢିବା ଉଚିତ୍ ।

ଶିଳ୍ପା ଆହୁରି କହିଛନ୍ତି, "ତୁମେ ମଲ୍ଟି ଟାସ୍କର ହୋଇଥିବାରୁ ମୁଁ ଆଶ୍ଚର୍ଯ୍ୟ । ଏହି ପୁସ୍ତକଟି ବହୁତ ପ୍ରେରଣାଦାୟକ"।

ନିକଟରେ, ପୂର୍ବରୁ ଆୟୁଷ୍ମାନ ମଧ୍ୟ ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀଙ୍କ ପୁସ୍ତକକୁ ପ୍ରଶଂସା କରୁଥିବାର ଏକ ଭିଡିଓ ସେୟାର କରିଥିଲେ । '12କମାଣ୍ତମେଣ୍ଟସ ଅଫ ବିଂଙ୍ଗ ଏ ଓ୍ବମେନ' ପୁସ୍ତକ ଜଣେ ମହିଳା ହେବା ଏବଂ ଜଣେ ମହିଳା ହେବାର ଅଭିଜ୍ଞତା ଉପରେ ଆଧାରିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details