ମୁମ୍ବାଇ: ଲକଡାଉନରେ ବର୍ତ୍ତମାନ ବଲିଉଡ ସେଲିବ୍ରିଟିଙ୍କ ଟିକଟକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି। ଏହି କ୍ରମରେ ସାମିଲ ଅଛନ୍ତି ସେକ୍ସୀ ଶିଳ୍ପା ସେଟ୍ଟୀ । ସେ ଟିକଟକର କେତେ ବଡ ଫ୍ୟାନ ଏକଥା ତ ଫ୍ୟାନ୍ସଙ୍କୁ ନିହାତି ଜଣାଥିବେ। ଅନ୍ୟ ଷ୍ଟାର୍ସଙ୍କ ଅପେକ୍ଷା ସେ ଟିକଟକରେ ଖୁବ୍ ଆକ୍ଟିଭ ନଜର ଆସୁଛନ୍ତି।
ଲକଡାଉନ ଇଫେକ୍ଟ: ଦୁଃଖିନୀ ଡାହାଣୀ ଅବତାରରେ ସେକ୍ସୀ ଶିଳ୍ପା - shilpa shetty
ପୁଣି ସିଆଲ ମିଡିଆରେ ଛାଇଗଲେ ଶିଳ୍ପା ସେଟ୍ଟୀ। ହେଲେ ଏଥର ଭିଡିଓରେ ତାଙ୍କ ସୁନ୍ଦରତା ନୁହେଁ ଡାହାଣୀ ଅବତାର ଦେଖିବାକୁ ମିଳିଛି।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିଳ୍ପା ସେଟ୍ଟୀ
ଆଉ ପ୍ରାୟତଃ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ମିଶି ଅନେକ ଭିଡିଓ ଫ୍ୟାନ୍ସଙ୍କ ପାଇଁ ସେୟାର କରିବାରେ ଲାଗିଛନ୍ତି। ହେଲେ ଇତିମଧ୍ୟରେ ଲକଡାଉନରେ ଡାହାଣୀ ସାଜିଛନ୍ତି ।
ଆଜ୍ଞା ହଁ, ତାଙ୍କ ଇନଷ୍ଟାଗ୍ରାମରେ ଏମିତି ଏକ ଭିଡିଓ ଦେଖିବାକୁ ମିଳୁଛି। ଯାହାକୁ ଦେଖି ଆଶ୍ଚର୍ଯ୍ୟ ଫ୍ୟାନ୍ସ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଶିଳ୍ପାଙ୍କ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ସେ ଫେମସ ଗୀତ ‘ଆଖେଁ ଜଭି ଖୋଲେଗା ତୁ ପାଏଗା ମୁଝେ’ ଗୀତରେ ଟିକଟକ ଭିଡିଓ ତିଆରି କରିଥିବାର ବେଳେ ତାଙ୍କ ଚେହେରାରେ ଭୂତୁଣୀ ଫିଲଟର ବ୍ୟବହାର କରିଛନ୍ତି । ଯାହାକୁ ଦେଖି ସେ ନିଜ ମଧ୍ୟ ଚିତ୍କାର କରି ଉଠୁଛନ୍ତି।