ଓଡିଶା

odisha

By

Published : Feb 21, 2020, 4:55 PM IST

ETV Bharat / sitara

ଦ୍ବିତୀୟଥର ମା' ହେଲେ ଶିଳ୍ପା, ସେୟାର କଲେ ବେବି ଗାର୍ଲ ଫଟୋ

ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଲେ ଶିଳ୍ପା ସେଟ୍ଟୀ। ବେବି ଗାର୍ଲର ଫଟୋ ସୋସିଆଲ ମିଡିଆରେ ସେୟାର କରି ଦ୍ବିତୀୟଥର ମା' ହେବାର ସୂଚନା ଦେଇଛନ୍ତି ସେ।

shilpa shetty
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିଳ୍ପା ସେଟ୍ଟୀ

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଘରେ ଖୁସିର ଲହରୀ । କାରଣ ଦ୍ବିତୀୟଥର ମାତା-ପିତା ସାଜିଛନ୍ତି ଏହି କପଲ। ଗତ 15 ତାରିଖରେ ବେବି ଗାର୍ଲର ସ୍ବାଗତ କରିଛନ୍ତି ଶିଳ୍ପା ଓ ରାଜ। ସେରୋଗେସି ଜରିଆରେ ଶିଳ୍ପା ପୁଣିଥରେ ମା' ହୋଇଛନ୍ତି । ବର୍ତ୍ତମାନ ରାଜ ଓ ଶିଳ୍ପା ଏହାର ସୂଚନା ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଛନ୍ତି।

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଶିଳ୍ପା ସେଟ୍ଟୀ କ୍ୟାପସନରେ ଲେଖିଛନ୍ତି, ‘ଆମ ପ୍ରାର୍ଥନାର ଫଳ ପାଇଛୁ। ଆମ ଏହା ଜଣାଇ ଖୁସି ଅନୁଭବ କରୁଛୁ ଯେ ଲିଟିଲ ଆଞ୍ଜେଲ ଆମ ଘରେ ପାଦ ଥାପିଛନ୍ତି। ସମୀଷା ସେଟ୍ଟୀ କୁନ୍ଦ୍ରା। ଏମାସ 15 ତାରିଖରେ ସମୀଷା ଜନ୍ମ ଗ୍ରହଣ କରିଛନ୍ତି। ଘରକୁ ଜୁନିୟର ଏସଏସକେ ଆସିଯାଇଛନ୍ତି।’

ଫଟୋରେ କୁନି ସମିଷା, ଶିଳ୍ପାଙ୍କ ହାତ ଧରିଥିବାର ନଜର ଆସୁଛନ୍ତି । ହେଲେ ଏଯାବତ ସମିଷାଙ୍କ ଚେହେରା ଦେଖିବାକୁ ମିଳିନାହିଁ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି କପଲଙ୍କୁ ଫ୍ୟାନ୍ସ ଶୁଭେଚ୍ଛା ଦେବାରେ ଲାଗିଛନ୍ତି । ପ୍ରକାଶ ଥାଉକି ଶିଳ୍ପା ଓ ରାଜ 2009ରେ ବିବାହ କରିଥିଲେ । ଆଉ 2012ରେ ଶିଳ୍ପା ବେବି ବୟ ଭିୟାନଙ୍କୁ ଜନ୍ମ ଦେଇଥିଲେ।

ABOUT THE AUTHOR

...view details