ଓଡିଶା

odisha

ETV Bharat / sitara

ସ୍ୱାମୀଙ୍କ ସହ ବଲେବଲେ କଲେ ଶିଳ୍ପା, ଭିଡିଓ ଭାଇରାଲ - ସ୍ୱାମୀଙ୍କ ସହ ପଞ୍ଜାବୀ ଡ୍ୟାନ୍ସ କଲେ ଶିଳ୍ପା ଶେଟ୍ଟୀ

ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଏକ ଡ୍ୟାନ୍ସ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶିଳ୍ପା ଏବଂ ରାଜ ଦୁହେଁ ପଞ୍ଜାବୀ ଗୀତରେ ନାଚୁଥିବାର ନଜର ଆସିଛନ୍ତି । ଶିଳ୍ପା ଏହି ଭିଡିଓ ତାଙ୍କ ଟିକଟକ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

shilpa shetty and hubby show off punjabi dace moves
ସ୍ୱାମୀଙ୍କ ସହ ପଞ୍ଜାବୀ ଡ୍ୟାନ୍ସ କଲେ ଶିଳ୍ପା ଶେଟ୍ଟୀ, ଭିଡିଓ ଭାଇରାଲ

By

Published : Apr 25, 2020, 4:40 PM IST

ମୁମ୍ବାଇ: କରୋନାଭାଇରସ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ପଡିଛି । ଏହି ସମୟରେ ସମସ୍ତ ସେଲିବ୍ରିଟି ଘରେ ରହି କିଛି ନା କିଛି କାମ କରି ସମୟ ବିତାଉଛନ୍ତି ।

ସ୍ୱାମୀଙ୍କ ସହ ପଞ୍ଜାବୀ ଡ୍ୟାନ୍ସ କଲେ ଶିଳ୍ପା ଶେଟ୍ଟୀ, ଭିଡିଓ ଭାଇରାଲ

ନିକଟରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଏକ ଡ୍ୟାନ୍ସ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶିଳ୍ପା ଏବଂ ରାଜ ଦୁହେଁ ପଞ୍ଜାବୀ ଗୀତରେ ନାଚୁଥିବାର ନଜର ଆସିଛନ୍ତି । ଏହି ଯୋଡି କିଛି ମଜାଳିଆ ଡ୍ୟାନ୍ସ ସହିତ ଲକଡାଉନ ସମୟରେ ତାଙ୍କର ନିଜର ସମୟ ବିତାଉଛନ୍ତି ।

ଏହି ଭିଡିଓର କ୍ୟାପସନରେ ଶିଳ୍ପା ଲେଖିଛନ୍ତି ଯେ, "ଅଗର ଆପ ଖୁସ ହେ, ଅର ଆପକୋ ପତା ହେ, ତୋ ବସ ବଲେ ବଲେ କରୋ" । ଶିଳ୍ପା ଏହି ଭିଡିଓ ତାଙ୍କ ଟିକଟକ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି ।

ଏଥି ସହିତ, ଶିଳ୍ପାଙ୍କର ଫିଟନେସର ରହସ୍ୟ କେବଳ ଡ୍ୟାନ୍ସ ନୁହେଁ ସେ ପ୍ରତିଦିନ ବ୍ୟାୟାମ କରନ୍ତି । ନିକଟରେ ଶିଳ୍ପା ତାଙ୍କ ପୁଅ ଓ ସ୍ବାମୀ ସହ ତାଙ୍କର ଏକ ବ୍ୟାୟାମର ଭିଡିଓ ମଧ୍ୟ ସେୟାର କରିଥିଲେ ।

ଶିଳ୍ପା ପ୍ରକୃତରେ ବିଶ୍ୱାସ କରନ୍ତି ଯେ, ଯିଏ ପରିବାର ସହିତ ଏକତ୍ର ରହନ୍ତି ,ଏକାଠି ପ୍ରାର୍ଥନା କରନ୍ତି ଏବଂ ଏକାଠି କାମ କରନ୍ତି ସେମାନେ ସବୁବେଳେ ଖୁସିରେ ରହନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details