ହାଇଦ୍ରାବାଦ: ଆସିଛନ୍ତି ଗଜାନନ । ଦେଶସାରା ବର୍ତ୍ତମାନ ପୂଜାର ମାହୋଲ । ବଲିଉଡ ମଧ୍ୟ ଗଜାନନଙ୍କ ପୂଜାକୁ ବେଶ ଧୂମଧାମରେ ପାଳନ କରୁଛି । ଗଣେଶ ଚତୁର୍ଥୀରେ ଗଣେଶଙ୍କୁ ଆରାଧନା କରି ପ୍ରତି ବଲିଉଡ ଷ୍ଟାର ନିଜ ନିଜ ଘରେ ପୂଜା କରିଛନ୍ତି ।
ବିସର୍ଜନରେ ସ୍ବାମୀଙ୍କ ସହ ନାଚିଲେ ଶିଳ୍ପା - ଗଜାନନଙ୍କୁ ବିଦାୟ
ଗଜାନନଙ୍କୁ ବିଦାୟ ଦେଇଛି ବଲିଉଡ । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଗଣେଶ ବିସର୍ଜନରେ ପରିବାର ସହ ନାଚିଛନ୍ତି ।

ଡିଜାଇନ ଫଟୋ
ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ
ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ମଧ୍ୟ ଗଣେଶ ପୂଜାକୁ ବେଶ ଉପଭୋଗ କରୁଛନ୍ତି । 2ଦିନ ଆବାହନ କରିବା ପରେ ଗଣେଶଙ୍କୁ ବିସର୍ଜନରେ କରିଛନ୍ତି ଶିଳ୍ପା । ଏହି ଅବସରରେ ନିଜ ପରିବାର ସହ ଖୁବ ନାଚିଛନ୍ତି ସେ । ଶିଳ୍ପାଙ୍କ ସହ ପତି ରାଜ କୁନ୍ଦ୍ରା, ପୁଅ ବିହାନ୍ ଓ ଭଉଣୀ ସମିତାଙ୍କୁ ଦେଖିବାକୁ ମିଳିଥିଲା ।