ନୂଆଦିଲ୍ଲୀ: ଏବେ ବଲିଉଡ ଅଭିନେତା ଅକ୍ଷୟ କୁମାର ଜୈସଲମେରରେ ତାଙ୍କ ଫିଲ୍ମ 'ବଚ୍ଚନ ପାଣ୍ଡେ'ର ସୁଟିଂ କରୁଛନ୍ତି। ଏଠାରେ ଅକ୍ଷୟଙ୍କୁ ଭାରତୀୟ କ୍ରିକେଟର ଶିଖର ଧୱନ ଭେଟିଛନ୍ତି । ଯାହାର ଫଟୋ ଶିଖର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଉଭୟଙ୍କ ଏହି ସେଲଫି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଶିଖର ଧୱନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁରେ ସେ ଅକ୍ଷୟଙ୍କ ସହ ନଜର ଆସିଛନ୍ତି ।
ଫଟୋ କ୍ୟାପସନରେ ଶିଖର ଲେଖିଛନ୍ତି, 'ପାଜିଙ୍କୁ ଭେଟିବା ସର୍ବଦା ମଜାଦାର, ଦେଖିକି ଭଲ ଲାଗିଲା '