ଓଡିଶା

odisha

By

Published : Aug 12, 2021, 7:33 AM IST

ETV Bharat / sitara

ଆମାଜନ୍ ପ୍ରାଇମରେ ଆଜି ରିଲିଜ୍ ହେବ 'ଶେରଶାହା'

ଆମାଜନ୍ ପ୍ରାଇମରେ ଆଜି ରିଲିଜ୍ ହେବ ଜଣେ ବୀର ଯବାନଙ୍କ ସତ୍ୟ କାହାଣୀ ଉପରେ ଆଧାରିତ 'ଶେରଶାହା' । ଅଧିକ ପଢନ୍ତୁ...

ଆମାଜନ୍ ପ୍ରାଇମରେ ଆଜି ରିଲିଜ୍ ହେବ 'ସେରଶାହା'
ଆମାଜନ୍ ପ୍ରାଇମରେ ଆଜି ରିଲିଜ୍ ହେବ 'ସେରଶାହା'

ମୁମ୍ବାଇ: ଆଜି ରିଲିଜ୍ ହେବ 'ଶେରଶାହା' । ଆମାଜନ୍ ପ୍ରାଇମରେ ଜଣେ ବୀର ଯବାନଙ୍କ ସତ୍ୟ କାହାଣୀ ଉପରେ ଆଧାରିତ ବଲିଉଡ୍ ମୁଭି 'ଶେରଶାହା' ରିଲିଜ୍ ହେବ । କାର୍ଗୀଲ ଯୁଦ୍ଧରେ ସହିଦ୍ ପରମବୀର ଚକ୍ର ସମ୍ମାନିତ ତଥା ଆର୍ମୀ କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ଜୀବନୀ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ।

ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ସିଦ୍ଧାର୍ଥ ମଲହୋତ୍ରା । ସିଦ୍ଧାର୍ଥ ବିକ୍ରମଙ୍କ ଚରିତ୍ରରେ ଅଭିନୟ କରି ଥିବାବେଳେ ତାଙ୍କ ପ୍ରେମିକା ଡିମ୍ପଲ ଚୀମାଙ୍କ ଚରିତ୍ରରେ ନଜର ଆସିଛନ୍ତି କିଆରା ଆଡଭାନୀ । ଏଥିସହ ସିଦ୍ଧାର୍ଥଙ୍କୁ ସିନେମାରେ ଡବଲ୍ ରୋଲରେ ଦେଖିବାକୁ ପାଇବେ ଦର୍ଶକ । ସେ ବିକ୍ରମଙ୍କ ଚରିତ୍ରରେ ଅଭିନୟ କରିବା ସହ ତାଙ୍କ ଭାଇ ବିଶାଲଙ୍କ ଭୂମିକା ମଧ୍ୟ ତୁଲାଇଛନ୍ତି ।

ଫିଲ୍ମର ଟ୍ରେଲରକୁ ଫ୍ୟାନ୍ସଙ୍କ ସମର୍ଥନ ମିଳି ଥିବାବେଳେ ରିଲିଜ୍ ଡେଟକୁ ଅପେକ୍ଷା କରିଥିଲେ ଦର୍ଶକ । ଫିଲ୍ମରେ ସିଦ୍ଧାର୍ଥଙ୍କ ଡାଏଲଗ୍ 'ୟେ ଦିଲ୍ ମାଙ୍ଗେ ମୋର୍' ଦର୍ଶକଙ୍କୁ ଅଧିକ ପସନ୍ଦ ଆସିଥିଲା । ପରଦାରେ ସିଦ୍ଧାର୍ଥ ବିକ୍ରମଙ୍କ ଭୂମିକାକୁ ନିଖୁଣ ଭାବେ ନିଭାଇଛନ୍ତି । ଟ୍ରେଲର ଦେଖି ଭାରତୀୟଙ୍କ ମନରେ ଦେଶ ଭକ୍ତି ଜାଗ୍ରତ ହେବା ସହ ଜଣେ ବୀର ସହିଦଙ୍କ ବଳିଦାନକୁ ସାଲ୍ୟୁଟ୍ କରିଛନ୍ତି ।

ବିଷ୍ଣୁଭଦ୍ରନ ସିନେମାର ନିର୍ଦ୍ଦେଶନା ଦେଇ ଥିବାବେଳେ କରନ ଜୋହର ସହପ୍ରଯୋଜନା କରିଛନ୍ତି । ସେହିପରି ସିନେମାରେ ସିଦ୍ଧାର୍ଥ ଏବଂ କିଆରାଙ୍କ ସହ କିରଣ ଆଡଭାନୀ, ଶିବ ପଣ୍ଡିତ, ଜାଭେଦ ଜାଫେରୀ ପ୍ରମୁଖ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details