ଓଡିଶା

odisha

ETV Bharat / sitara

ଶେଖର ସୁମନଙ୍କ ମା’ଙ୍କ ପରଲୋକ - ଶେଖର ସୁମନ

ଆଉ ନାହାଁନ୍ତି ବଲିଉଡ ଅଭିନେତା ଶେଖର ସୁମନଙ୍କ ମା’। ମା’ଙ୍କ ଦେହାନ୍ତରେ ପୁରା ଭାଙ୍ଗି ପଡିଛନ୍ତି ସେ । ଅଧିକ ପଢନ୍ତୁ...

shekhar-suman-mother-passes-away-actor-wrote-emotional-post-and-says-feel-orphaned
ଶେଖର ସୁମନଙ୍କ ମା’ଙ୍କ ପରଲୋକ

By

Published : Jun 18, 2021, 8:02 PM IST

ନୂଆଦିଲ୍ଲୀ: ଆଉ ନାହାଁନ୍ତି ବଲିଉଡ ଅଭିନେତା ଶେଖର ସୁମନଙ୍କ ମା’। ମା’ଙ୍କ ଦେହାନ୍ତରେ ପୁରା ଭାଙ୍ଗି ପଡିଛନ୍ତି ସେ । ଶେଖର ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସମାନଙ୍କ ସହ ଏହି ଦୁଃଖଦ ଖବର ସେୟାର କରିଛନ୍ତି।

ଶେଖର ଟ୍ବିଟ କରି ଲେଖିଛନ୍ତି, ‘ମୋର ପ୍ରିୟର ମା’, ଯାହାକୁ ମୁଁ ଦୁନିଆରେ ସବୁଠୁ ଅଧିକ ଭଲ ପାଉଥିଲି ତାଙ୍କ ଦେହାନ୍ତରେ ମୁଁ ଅନାଥ ଏବଂ ଦୁଃଖ ଅନୁଭବ କରୁଛି । ଆମ ସମସ୍ତଙ୍କ ସହ ସବୁବେଳେ ଥିବାରୁ ଧନ୍ୟବାଦ । ମୋର ଶେଷ ନିଶ୍ବାସ ପର୍ଯ୍ୟନ୍ତ ମୁଁ ତୁମକୁ ମନେ ପକାଇବି । ତୁମର ଆଶୀର୍ବାଦ ପାଇଁ ଧନ୍ୟବାଦ ।

ଏଥି ସହିତ ଶେଖରଙ୍କ ପୁଅ ଅଧ୍ୟୟନ ସୁମନ ମଧ୍ୟ ତାଙ୍କ ଜେଜେମା’ଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉ ଯେ, ଶେଖର ସୁମନଙ୍କ ମା’ଙ୍କ କିଛି ଦିନ ହେଲା ସ୍ବାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା।

ABOUT THE AUTHOR

...view details