ମୁମ୍ବାଇ: ସେହନାଜ ଗିଲ ଖୁବଶୀଘ୍ର ତାଙ୍କ ପଞ୍ଜାବୀ ଫିଲ୍ମ 'ହୋନ୍ସଲା ରଖ୍' ସୁଟିଂସେଟକୁ ଫେରିବାକୁ ଯାଉଛନ୍ତି । ଏଥିରେ ତାଙ୍କ ବିପକ୍ଷରେ ବଲିଉଡ ଷ୍ଟାର ଦିଲଜିତ ଦୋସାଞ୍ଝ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ତାଙ୍କୁ Rumor ବୟଫ୍ରେଣ୍ଡ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁର 3 ସପ୍ତାହ ପରେ ସେହନାଜ ସୁଟିଂ ସେଟକୁ ଫେରିବେ ବୋଲି ଆଶା କରାଯାଉଥିବା ଫିଲ୍ମର ପ୍ରଯୋଜକ ତଥା ଅଭିନେତା ଦିଲଜିତ ଠିଣ୍ଡ ସୂଚନା ଦେଇଛନ୍ତି ।
ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଫ୍ୟାନ୍ସଙ୍କ ନଜର ଥିଲା ସେହନାଜଙ୍କ ଉପରେ । ସିଡଙ୍କ ମୃତ୍ୟୁ ପରେ ଜନତାଙ୍କ ଆଖି ଆଗରୁ ଯେପରି ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି ସେହନାଜ । ସେ ନିଜ ଆଗାମୀ ପଞ୍ଜାବୀ ଫିଲ୍ମ 'ହୋନ୍ସଲା ରଖ୍'ର ପ୍ରମୋସନାଲ ଗୀତର ସୁଟିଂ ଗତ ସେପ୍ଟେମ୍ବର ୧୫ ତାରିଖରେ ଥିବାବେଳେ ଏହାକୁ ସ୍ଥଗିତ ରଖାଯାଇଛି । ସିଦ୍ଧାର୍ଥଙ୍କ ମୃତ୍ୟୁ ପାଇଁ ସେହନାଜଙ୍କ ସୁଟିଂ କାର୍ଯ୍ୟ ଅଧାରେ ଅଟକି ରହିଛି ।
ପ୍ରଯୋଜକ ତଥା ଅଭିନେତା ଦିଲଜିତଙ୍କ କହିବା ଅନୁସାରେ ଏହି ଦୁଃଖରୁ ବାହାରିବା ପାଇଁ ସେ ସେହନାଜଙ୍କୁ ସମୟ ଦେଇଛନ୍ତି । ସେ ଏହି କଳାଛାୟାରୁ ବାହାରିବା ପାଇଁ ଟିମ ଅପେକ୍ଷା କରିଥିବା ସେ କହିଛନ୍ତି । ଲଣ୍ଡନରେ ଗତ ସେପ୍ଟେମ୍ବର ୧୫ ତାରିଖରେ ଫିଲ୍ମର ପ୍ରମୋସନାଲ ସଙ୍ଗ୍ର ସୁଟିଂ ଥିବାବେଳେ ଏହା ହୋଇପାରିନାହିଁ । ତେବେ ସେ ଖୁବଶୀଘ୍ର ନୂଆ ତାରିଖ ପ୍ରସ୍ତୁତ କରିବା ସହିତ ସେହନାଜ ଏହାର ପାର୍ଟ ହେବେ ବୋଲି ଦିଲଜିତ କହିଛନ୍ତି । ସେହନାଜଙ୍କ ମ୍ୟାନେଜର ସହିତ ପ୍ରଯୋଜକ ଯୋଗାଯୋଗରେ ଅଛନ୍ତି । ସେହନାଜ ଖୁବଶୀଘ୍ର ତାଙ୍କ ସହିତ କଥାବାର୍ତ୍ତା କରିବେ ବୋଲି କହିଛନ୍ତି ଦିଲଜିତ । ଦିଲଜିତ ପ୍ରଯୋଜକ ଭାବେ ଏହି ଫିଲ୍ମରୁ ଡେବ୍ୟୁ କରିବାକୁ ଯାଉଛନ୍ତି ।
ଗତ ୨୦୧୯ ମସିହାରେ ସେହନାଜ ଓ ସିଦ୍ଧାର୍ଥ ବିଗବସ-୧୩ରେ ପରସ୍ପରକୁ ଭେଟିଥିଲେ । ଏହି ରିଆଲିଟି ଶୋ'ରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ସେମାନଙ୍କ ଯୋଡିଙ୍କୁ ଖୁବ ପସନ୍ଦ କରୁଥିଲେ ଦର୍ଶକ । ତେବେ ସେମାନେ ଉଭୟଙ୍କ ମଧ୍ୟରେ ପ୍ରେମକୁ ଦର୍ଶାଉଥିବା ବେଳେ ନିଜ ସମ୍ପର୍କକୁ କେବେ ଅଫିସିଆଲ କରିନଥିଲେ । ଉଭୟ ପରସ୍ପରକୁ ପରିବାର ସଦସ୍ୟ ଭାବୁଥିବା କହୁଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ