ଓଡିଶା

odisha

ETV Bharat / sitara

ଏକାଠି ଭଏସ ଦେଉଛନ୍ତି କିଙ୍ଗଖାନ ଓ ପୁଅ ଆର୍ଯ୍ୟନ

ଜୁଲାଇରେ ରିଲିଜ ହେବ ଆଇକନିକ ଫିଲ୍ମ ‘ଦି ଲାଇଅନ କିଙ୍ଗ’ । ଏହାର ହିନ୍ଦୀ ଭର୍ସନର ଭଏସ ଦେବେ କିଙ୍ଗଖାନ ଓ ପୁଅ ଆର୍ଯ୍ୟନ । ପ୍ରଥମ ଥର ବାପା-ପୁଅ ଏକାଠି କାମ କରିବେ ।

By

Published : Jun 17, 2019, 3:45 PM IST

ଫଟୋ ସୌଜନ୍ୟ: ଟ୍ବିଟର/@iamsrk

ହାଇଦ୍ରାବାଦ: ବଲିଉଡ କିଙ୍ଗଖାନ ‘ଦି ଲାଇଅନ କିଙ୍ଗ’ ହିନ୍ଦୀ ପାଇଁ ଦେବେ ଭଏସ ଓ ସାଥିରେ ରହିବେ ବଡ ପୁଅ ଆର୍ଯ୍ୟନ । ମୁଫାସା ଓ ସିମ୍ବା ଚରିତ୍ର ପାଇଁ ଭଏସ ଦେବେ ଏହି ସେଲିବ୍ରିଟି ବାପା-ପୁଅ । ‘ଦି ଲାଇଅନ କିଙ୍ଗ’ରେ ମୁଫାସା ଜଙ୍ଗଲର ରାଜା ହୋଇଥିବା ବେଳେ ସିମ୍ବା ମୁଫାସାଙ୍କ ପୁଅ ।

ଏନେଇ କାଫି ଖୁସି ଅଛନ୍ତି ଶାହାରୁଖ । ସେ କହିଥିଲେ,‘ ଆମ ପରିବାରର ସମସ୍ତେ ଲାଇଅନ କିଙ୍ଗକୁ ପସନ୍ଦ କରନ୍ତି ଓ ମୁଁ ଖୁସି ଯେ ଏଥର ଆବ୍ରାମ ଏହି ଫିଲ୍ମ ଦେଖିବ’ । ଏହାଛଡା ଶାହାରୁଖ ନିଜକୁ ମୁଫାସା ସହ ତୁଳନା କରିଥିଲେ । ରବିବାର ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚରେ ଶାହାରୁଖ ଓ ଆର୍ଯ୍ୟନ, ମୁସାଫା ଓ ସିମ୍ବା ଲେଖାହୋଇଥିବା ଟି-ସାର୍ଟ ପିନ୍ଧିଥିଲେ ।

ଲାଇଅନ କିଙ୍ଗର ନିର୍ଦ୍ଦେଶନା ଦେଇଛନ୍ତି ଜନ ଫାଭର୍ୟୁ । ଜନ ‘ଆଇରନ ମ୍ୟାନ’ଓ ‘ଜଙ୍ଗଲ ବୁକ’ ଭଳି ଆଇକନିକ ଫିଲ୍ମ ନିର୍ମାଣ କରିଛନ୍ତି । ଜୁଲାଇ 19ରେ ଦେଶରେ ଇଂରାଜୀ, ହିନ୍ଦି, ତେଲୁଗୁ, ତାମିଲି ଭାଷାରେ ରିଲିଜ ହେବ ।

ABOUT THE AUTHOR

...view details