ହାଇଦ୍ରାବାଦ: ଫିଲ୍ମ ‘ମଲାଲ’ ଜରିଆରେ ବଲିଉଡକୁ ଡେବ୍ୟୁ କରିଛନ୍ତି ସଞ୍ଜୟ ଲୀଲା ଭଂସାଲିଙ୍କ ଭାଣିଜୀ ଶର୍ମିନ ଶେହଗଲ । ତେବେ ନ୍ୟୁଡ ସିନ୍ କରିବାକୁ ଚାହାଁନ୍ତିନି ଏହି ଷ୍ଟାର । ଏକ ସାକ୍ଷାତକାରରେ ଶର୍ମିନ କହିଥିଲେ ଅଭିନେତ୍ରୀ ହିସାବରେ ତାଙ୍କୁ ବହୁତ କିଛି ଶିଖିବାକୁ ଅଛି ।
ନ୍ଯୁଡ ସିନ କରିବାକୁ ଚାହାଁନ୍ତିନି ଭଂସାଲିଙ୍କ ଭାଣିଜୀ - sanjay leela bhanshali
ଫିଲ୍ମ ମଲାଲ ଜରିଆରେ ବଲିଉଡରେ ପାଦ ଦେଇଛନ୍ତି ଶର୍ମିନ ଶେହଗଲ । ବଲିଉଡରୁ ବହୁତ କିଛି ଶିଖିବାକୁ ଚାହୁଁଛନ୍ତି ଶର୍ମିନ । ଏହାସହ ଏବେ ନ୍ୟୁଡ ସିନ୍ ମଧ୍ୟ କରିବାକୁ ଚାହୁଁନାହାଁନ୍ତି ଶର୍ମିନ ।
![ନ୍ଯୁଡ ସିନ କରିବାକୁ ଚାହାଁନ୍ତିନି ଭଂସାଲିଙ୍କ ଭାଣିଜୀ](https://etvbharatimages.akamaized.net/etvbharat/prod-images/768-512-3768864-thumbnail-3x2-asejpg.jpeg)
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଶର୍ମିନ ଏହା ମଧ୍ୟ କହିଥିଲେ ସେ ଏବେ କୌଣସି ଉତ୍ତେଜନାଶୀଳ ଦୃଶ୍ୟ କରିବେ ନାହିଁ । ତେବେ ଏଥିପାଇଁ ସେ ଏବେ ପ୍ରସ୍ତୁତ ନୁହଁନ୍ତି । ନିକଟରେ ଜାଭେଦ ଜାଫରୀଙ୍କୁ ପୁଅ ମିଜାନଙ୍କ ସହ ବଲିଉଡ ଡେବ୍ୟୁ କରିଛନ୍ତି ସର୍ମିନ । ଏହା ଏକ ପ୍ରେମ କାହାଣୀ ମାତ୍ର ଏହା ବକ୍ସ ଅଫିସରେ ଏତେ ମାତ୍ରାରେ ସଫଳତା ପାଇପାରିନାହିଁ ।