ହାଇଦ୍ରାବାଦ: ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପବ୍ଲିକ କରିଥିଲେ । ଯାହା ପରେ ଫ୍ୟାନ୍ସଙ୍କୁ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
ଏବେ ଶନାୟାଙ୍କ ଏକ ବେଲି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଶନାୟା ଶକିରାଙ୍କ 'ହିପ୍ସ ଡୋଣ୍ଟ ଲାୟେ' ଗୀତରେ ଜବରଦସ୍ତ ବେଲି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି।