ହାଇଦ୍ରାବାଦ:ଶମିତା ଶେଟ୍ଟୀ 'ବିଗ୍ ବସ୍ 15'ର ବିଜେତା ହୁଏତ ହୋଇ ନଥାଇପାରନ୍ତି, କିନ୍ତୁ ତାଙ୍କୁ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ମିଳିଛି । ଆଜି ଶମିତା ଶେଟ୍ଟୀ ତାଙ୍କର 43 ତମ ଜନ୍ମଦିନ ପାଳନ କରୁଛନ୍ତି । ଗତକାଲି ବିଳମ୍ବିତ ରାତିରେ ଭଉଣୀ ଶିଳ୍ପା ଶେଟ୍ଟୀଙ୍କ ଘରେ ପାର୍ଟିର ଆୟୋଜନ କରାଯାଇଥିଲା । ଏହି ଅବସରରେ ରାକେଶ ବାପତ ମଧ୍ୟ ଏହି ବ୍ୟକ୍ତିଗତ ପାର୍ଟିରେ ପହଞ୍ଚିଥିଲେ ।
ତେବେ ରାତି ପ୍ରାୟ 12ଟା ସମୟରେ ରାକେଶ ବାପତ ଶମିତା ଶେଟ୍ଟୀଙ୍କୁ କେବଳ ଜନ୍ମଦିନର ଶୁଭେଚ୍ଛା ଜଣାଇ ନାହାଁନ୍ତି ବରଂ ତାଙ୍କୁ ସରପ୍ରାଇଜ ଦେଇ ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଛନ୍ତି । ସରପ୍ରାଇଜ ଦେଖି ଶମିତା ରାକେଶଙ୍କୁ ଝପି ଏବଂ ପପି ଦେଇଥିଲେ । ଖବର ଆସିଛି ଯେ ବଡ଼ ଭଉଣୀ ଶିଳ୍ପା ଶେଟ୍ଟୀ ତାଙ୍କ ଟୁନଙ୍କ ପାଇଁ ଏକ ପାର୍ଟି ରଖିଛନ୍ତି, ଯେଉଁଥିରେ ପ୍ରତୀକ ସହଜପାଲଙ୍କ ଘାରୁ ଆରମ୍ଭ କରି ନେହା ଭସିନ ପର୍ଯ୍ୟନ୍ତ ପହଂଚିବେ ।