ମୁମ୍ବାଇ: ଲକଡାଉନ ପାଇଁ ଧିରେ ଧିରେ କରି ଅନେକ ଷ୍ଟାର୍ସଙ୍କ ଖାସ୍ କଥା ବିଷୟରେ ଜାଣିବାରେ ଲାଗିଛନ୍ତି ଦର୍ଶକ। ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ରୋମାନ୍ସ କିଙ୍ଗ ଶାହରୁଖ ଖାନ। ତାଙ୍କ ସିଗ୍ନଚର ଷ୍ଟାଇଲ ସବୁବେଳେ ଦର୍ଶକଙ୍କୁ ଦିୱନା କରିଥାଆନ୍ତି । ‘ଦିଲୱାଲେ ଦୁଲ୍ହନିୟା ଲେ ଜାଏଙ୍ଗେ’ରୁ ଆରମ୍ଭ ହୋଇଥିବା ତାଙ୍କର ଏହି ଆଇକନିକ ଷ୍ଟାଇଲ ଫିମେଲ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଫେମସ। ହେଲେ ହୁଏତଃ କିଛି ଫ୍ୟାନ୍ସଙ୍କୁ ଏହା ଜଣାନଥିବ ଯେ ଶାହରୁଖ ନିଜର ଏହି ଷ୍ଟାଇଲକୁ ନେଇ ବହୁତ ଡରନ୍ତି। ତେବେ ଆସନ୍ତୁ ଜାଣିବା ପୁରା କଥା...
ନିଜ ସିଗ୍ନଚର ଷ୍ଟାଇଲକୁ ଡରନ୍ତି କିଙ୍ଗ ଖାନ - ଶାହରୁଖ ଖାନଙ୍କ ବଡ ଖୁଲାସା
ଦୁଇଟି ଜିନିଷକୁ ନେଇ ସବୁବେଳେ ନର୍ଭସ ରୁହନ୍ତି ଶାହରୁଖ ଖାନ। ଯାହାର ଖୁଲାସା ସେ ନିକଟରେ ଏକ ଶୋରେ ଦେଇଥିଲେ । ଅଧିକା ପଢନ୍ତୁ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ
ଏକ ଶୋରେ ଶାହରୁଖ ନିଜର ଡର ବିଷୟରେ ଖୁଲାସା କରିଥିଲେ। ତାଙ୍କୁ ଡର ଯେ କେହି ତାଙ୍କ ହାତ କାଟି ନଦିଅନ୍ତୁ। ତାଙ୍କୁ ନିଜର ସିଗ୍ନଚର ଷ୍ଟାଇଲକୁ ନେଇ ଖୁବ୍ ଡର ଲାଗେ। ଦର୍ଜି ସାମ୍ନାରେ ଯେବେ ମଧ୍ୟ ମେଜରମେଣ୍ଟ ଦିଅନ୍ତି ତେବେ ସେ ନର୍ଭସ ହୋଇଯାଆନ୍ତି । ଆଉ ଶାନ୍ତ ରୂପେ ନିଜ ହାତ ଉପରକୁ ଉଠାଆନ୍ତି ।
ଏହାବ୍ୟତୀତ ସେ ଦୋଳି ଉପରେ ମଧ୍ୟ ବସିବାକୁ ଡରନ୍ତି । ମଜାଦାର କଥା ହେଲା ଯେ ‘ଦେବଦାସ’ ଫିଲ୍ମରେ ଐଶ୍ଚର୍ଯ୍ୟ ରାୟ ବଚ୍ଚନଙ୍କ ସହ ଫିଲ୍ମର ଏକ ଗୀତ ଦୋଳି ଉପରେ ସୁଟ ହେବାର ଥିଲା । ସେ ଡରରେ ଐଶଙ୍କୁ କହିଥିଲେ ତାଙ୍କ ହାତ ଜାବୁଡି ଧରିବା ପାଇଁ।