ମୁମ୍ବାଇ: ବଲିଉଡର ଫେମସ କପଲ ଶାହିଦ କପୁର ଓ ମୀରା ରାଜପୁତ ନିକଟରେ 5ମ ବିବାହ ବାର୍ଷିକ ପାଳନ କରିଥିଲେ। ଏହି ଅବସରରେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ମୀରା ରାଜପୁତ ସ୍ବାମୀଙ୍କ ପାଇଁ ଖାସ୍ ପୋଷ୍ଟ କରି ଚର୍ଚ୍ଚାରେ ଆସିଥିଲେ। ଆଉ ଏବେ ସେ ବିବାହ ପୂର୍ବର ଏକ ଫଟୋ ସେୟାର କରି ନିଜ ଫିମେଲ ଫ୍ୟାନ୍ସଙ୍କ ଖାସ୍ ଟିପ୍ସ ବାଣ୍ଟିଛନ୍ତି ।
ଫିମେଲ ଫ୍ୟାନ୍ସଙ୍କ ପାଇଁ ମୀରାଙ୍କ ଖାସ୍ ଟିପ୍ସ, ଭାଇରାଲ ପୋଷ୍ଟ
ସୋସିଆଲ ମିଡିଆରେ ଭାଇରାଲ ହେଲା ମୀରାଙ୍କ ନୂଆ ପୋଷ୍ଟ। ଏଥର ସେ ଜୀବନକୁ ନେଇ ବାଣ୍ଟିଛନ୍ତି ଜ୍ଞାନ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ
ତାଙ୍କର ଏହି ଫଟୋ ଅନନ୍ଦ କରାଜ ସେରେମନିର। ଯେଉଁଥିରେ ମୀରା ନିଜ ଗୋଡ ମସାଜ କରୁଥିବାର ଦେଖାଯାଉଛନ୍ତି । ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଯେତେବେଳେ ଆପଣ ଜୀବନର ଆବଶ୍ୟକ ପଦକ୍ଷେପ ନେବାକୁ ଯାଉଛନ୍ତି ତାହା ପୂର୍ବରୁ ମସାଜ ନେବା ଭୁଲିବେ ନାହିଁ । ଯଦି ତୁମ ହୃଦୟରେ ଦୁଃଖ ଥିବ ତଥାପି ପାଦରେ ଯନ୍ତ୍ରଣା ହେବ ନାହିଁ ।’ ଦେଖନ୍ତୁ ମୀରାଙ୍କ ଏହି ମଜାଦାର ଫଟୋ...
ପ୍ରକାଶ ଥାଉକି ନିକଟରେ ଶାହିଦଙ୍କ ସହ ନିଜର ଏକ ସୁନ୍ଦର ଫଟୋ ସେୟାର କରିଥିଲେ ମୀରା । ଆଉ ଲେଖିଥିଲେ ସେ ସବୁବେଳେ ଶାହିଦଙ୍କୁ ପ୍ରେମ କରିଆସୁଛନ୍ତି ।