ଓଡିଶା

odisha

ETV Bharat / sitara

ତୃତୀୟଥର ବାପା ହେବେ କି ଶାହିଦ? ଏମିତି ଜବାବ ଦେଲେ ପତ୍ନୀ

ଚର୍ଚ୍ଚାରେ ମୀରା ରାଜପୁତ । ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ କଥାବାର୍ତ୍ତାରେ ଗର୍ଭବତୀ ଖବର ଉପରେ ଦେଲେ ମଜାଦାର ଜବାବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ

By

Published : Dec 28, 2020, 10:29 AM IST

ମୁମ୍ବାଇ: ବି-ଟାଉନର କ୍ୟୁଟ ଆକ୍ଟର ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ କୌଣସି ଫିଲ୍ମ ବ୍ୟାକଗ୍ରାଉଣ୍ଡରୁ ନୁହେଁ ତଥାପି ତାଙ୍କ ଚାହିଦା କୌଣସି ସେଲିବ୍ରିଟିଙ୍କଠୁ କମ୍ ନୁହେଁ । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ଫଲୋଇଂ ସଂଖ୍ୟା ଆକାଶ ଛୁଆଁ । ସେ ଯେବେ ମଧ୍ୟ କିଛି ନା କିଛି ପୋଷ୍ଟ କରନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟେ । ଇତିମଧ୍ୟରେ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ ଆସିଛନ୍ତି ।

କଥାଟି ହେଲା ଯେ ନିକଟରେ ସେ ଇନଷ୍ଟାଗ୍ରାମରେ Ask Me Anything ସେଶନ ଆୟୋଜନ କରିଥିଲେ । ଯେଉଁଥିରେ ଫ୍ୟାନ୍ସ ତାଙ୍କୁ ମଜାଦାର ପ୍ରଶ୍ନ ପଚାରିଥିଲେ । ଆଉ ଫ୍ୟାନ୍ସଙ୍କ ସବୁ ପ୍ରଶ୍ନର ଉତ୍ତର ବିନ୍ଦାସ ଅନ୍ଦାଜରେ ଦେଇଥିଲେ ମୀରା । ଏହି ସେଶନରେ ତୃତୀୟ ମା' ହେବା ପ୍ରଶ୍ନ ଜଣେ ଫ୍ୟାନ ପଚାରିଥିଲେ । ଯାହାର ଉତ୍ତର ସଙ୍ଗେ ସଙ୍ଗେ ଦେଇ ମୀରା ଲେଖିଥିଲେ, ‘ନୋ’ । ଏହାସହ ସେ ହସିବାର ଇମୋଜି ମଧ୍ୟ ପୋଷ୍ଟ କରିଥିଲେ ।

ପ୍ରକାଶ ଥାଉକି 2015ରେ ମୀରାଙ୍କୁ ବିବାହ କରିଥିଲେ ଶାହିଦ । ବର୍ତ୍ତମାନ ଏହି ଯୋଡିଙ୍କର ଝିଅ ମିଶା ଓ ପୁଅ ଜୈନ ଅଛନ୍ତି । ଯଦି ଶାହିଦଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ଜର୍ସି’ ନେଇ ଆସିବେ । ଯେଉଁଥିରେ ସେ ଜଣେ କ୍ରିକେଟର ଭୂମିକାରେ ଦେଖାଯିବେ । ଫିଲ୍ମରେ ତାଙ୍କ ସହ ନଜର ଆସିବେ ମୃଣାଳ ଠାକୁର ।

ABOUT THE AUTHOR

...view details