ଓଡିଶା

odisha

ETV Bharat / sitara

ଓଟିଟିରେ ଡେବ୍ୟୁ କରିବେ ଶାହିଦ ! - shahid debut-on-ott-platform

ଏବେ ଚର୍ଚ୍ଚା ବଲିଉଡ ଅଭିନେତା ଶାହିଦ କପୁର । ଯାହାକୁ ନେଇ ସେ ବହୁତ ନର୍ଭସ ଅନୁଭବ କରୁଛନ୍ତି । ଶାହିଦ ଏବେ ଖୁବ୍ ଶୀଘ୍ର OTT ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

shahid-kapoor-feeling-very-nervous-about-making-digital-debut-on-ott-platform-know-deets-inside
ଓଟିଟିରେ ଡେବ୍ୟୁ କରିବେ ଶାହିଦ !

By

Published : Jun 23, 2021, 5:57 AM IST

ନୂଆଦିଲ୍ଲୀ: ଏବେ ଚର୍ଚ୍ଚା ବଲିଉଡ ଅଭିନେତା ଶାହିଦ କପୁର । ଯାହାକୁ ନେଇ ସେ ବହୁତ ନର୍ଭସ ଅନୁଭବ କରୁଛନ୍ତି । ‘ଜବ୍ ୱି ମେଟ୍’ (୨୦୦୭), କମିନେ (୨୦୦୯), ହୈଦର (୨୦୧୪) ଏବଂ କବୀର ସିଂ (୨୦୧୯) ଭଳି ସୁପରହିଟ୍ ଫିଲ୍ମ ଦେଇଥିବା ଶାହିଦ ଏବେ ଖୁବ୍ ଶୀଘ୍ର OTT ରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ତାଙ୍କ ୱେବ୍ ସିରିଜର ନାମ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ କିନ୍ତୁ ଏହା ଆମାଜନ୍ ପ୍ରାଇମ ଭିଡିଓରେ ରିଲିଜ୍ କରିବ । ଯେଉଁ ୱେବ୍ ସିରିଜରେ ଶାହିଦ କାମ କରିବେ ତାହାକୁ ରାଜ ନିଦିମରୁ ଏବଂ କୃଷ୍ଣା ଡି.କେ ଲେଖିଛନ୍ତି । ଦୁହେଁ ମନୋଜ ବାଜପେୟୀଙ୍କ ଅଭିନୀତ ୱେବ୍ ସିରିଜ୍ ଦ ଫ୍ୟାମିଲି ମ୍ୟାନ୍ ର କାହାଣୀ ମଧ୍ୟ ଲେଖିଛନ୍ତି ।

ଡିଜିଟାଲ ଡେବ୍ୟୁ ବିଷୟରେ ଶାହିଦ କହିଛନ୍ତି, ମୁଁ ମୋର ଡିଜିଟାଲ ଡେବ୍ୟୁକୁ ନେଇ ବହୁତ ନର୍ଭସ ଅନୁଭବ କରୁଛି । ଭାବୁଛି ଯେଉଁ କଳାକାରଙ୍କୁ ବଡ ପରଦାରେ ପସନ୍ଦ କରାଯାଏ, ସେମାନଙ୍କୁ ଡିଜିଟାଲ୍ ପ୍ଲାଟଫର୍ମରେ ସମାନ ଭାବରେ ପ୍ରଶଂସା କରାଯିବ ସେମିତି କିଛି ନୁହେଁ ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ଶାହିଦଙ୍କୁ ଫିଲ୍ମ ‘ଜର୍ସି’ରେ କାମ କରୁଥିବା ଦେଖିବାକୁ ମିଳିବ ।

ABOUT THE AUTHOR

...view details