ମୁମ୍ବାଇ: କୋରୋନା ଭାଇରସର ପ୍ରଭାବ ଆଇପିଏଲ ଉପରେ ମଧ୍ୟ ପଡିଛି । ଆଇପିଏଲ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏବେ ଏହାର ଆୟୋଜନ ଏପ୍ରିଲ 15ରେ କରାଯିବ । ପୂର୍ବରୁ ଏମାସ 29ରେ ଏହାର ଆୟୋଜନ ହେବାର ଥିଲା । ହେଲେ କ୍ରିକେଟ ଟିମ ସହ ଆଇପିଏଲ ମାଲିକଙ୍କ ମଧ୍ୟ ବର୍ତ୍ତମାନ ନିରାଶ ଅଛନ୍ତି। କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବି-ଟାଉନର କିଙ୍ଗ ଖାନ ଶାହରୁଖ ଏହା ଉପରେ ଦୁଇଟି ଟ୍ବିଟ କରି ଚର୍ଚ୍ଚାରେ ଆସିଛନ୍ତି।
ବିସିସିଆଇର ପଦକ୍ଷେପକୁ ଧନ୍ୟବାଦ ଜଣାଇଲେ କେକେଆର ମାଲିକ
ଆଇପିଏଲ ସ୍ଥଗିତ ଉପରେ ଟ୍ବିଟ କରି ଚର୍ଚ୍ଚାରେ ଶାହରୁଖ ଖାନ। ଫ୍ୟାନ୍ସ, ଖେଳାଳିଙ୍କ ସୁରକ୍ଷା ପ୍ରଥମେ ବୋଲି ଟ୍ବିଟରେ ଲେଖିଲେ କେକେଆର ମାଲିକ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ
ସେ ପ୍ରଥମ ଟ୍ବିଟରେ ଲେଖିଛନ୍ତି, ‘ମୈଇଦାନ ବାହାରେ ସବୁ ଫ୍ରାଞ୍ଚାଇଜର ମାଲିକଙ୍କ ସହ ସାକ୍ଷାତ କରିବା ଶାନଦାର ସାବ୍ୟସ୍ତ ହୋଇଛି। ଖେଳ, ଦର୍ଶକ, ଖେଳାଳି ଓ ସହରର ସୁରକ୍ଷା ସର୍ବପ୍ରଥମେ। ସ୍ବାସ୍ଥ୍ୟ ଏଜେନ୍ସି ଓ ସରକାର ଯେଉଁ ଆଦେଶ ଦେଇଛନ୍ତି ତାହା ପାଳନ କରାଯିବା କଥା।’
ସେହିପରି ଟ୍ବିଟରେ ସେ ଲେଖିଛନ୍ତି, ‘ଆଶା କରୁଛି ଶୀଘ୍ର ଭାଇରସର ପ୍ରଭାବ କମିଯାଉ। ଆଉ ଆଇପିଏଲ ଆରମ୍ଭ ହେଉ । ବିସିସିଆଇ ଓ ଟିମର ମାଲିକମାନେ ସରକାରଙ୍କ ପରାର୍ମଶ ଉପରେ ଦୃଷ୍ଟି ରଖି ବସିଛନ୍ତି ।’
Last Updated : Mar 15, 2020, 12:07 PM IST