ଓଡିଶା

odisha

ETV Bharat / sitara

ପଠାନ୍ ସେଟରୁ ଶାହାରୁଖଙ୍କ ଡ୍ୟାନ୍ସିଂ ଲୁକ୍ ଫଟୋ ଭାଇରାଲ୍ - ଶାହାରୁଖଙ୍କ ଡ୍ୟାନ୍ସିଂ ଲୁକ୍ ଫଟୋ ଭାଇରାଲ୍

ଶାହାରୁଖ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । 'କିଙ୍ଗ ଖାନ' ପୁଣିଥରେ ଫିଲ୍ମ 'ପଠାନ'ରେ କାମ କରିବା ଆରମ୍ଭ କରିଛନ୍ତି। ଡ୍ରଗ୍ସ ମାମଲାରେ ପୁଅ ଆର୍ଯ୍ୟନ୍ ଖାନ୍ ଜେଲ୍ ଯିବା ପରେ ଶାହାରୁଖ ଗତ କିଛି ଦିନ ହେବ କାମରୁ ନିଜକୁ ଦୂରେଇ ରଖିଥିଲେ। ଅଧିକ ପଢନ୍ତୁ

ପଠାନ୍ ସେଟରୁ ଶାହାରୁଖଙ୍କ ଡ୍ୟାନ୍ସିଂ ଲୁକ୍ ଫଟୋ ଭାଇରାଲ୍
ପଠାନ୍ ସେଟରୁ ଶାହାରୁଖଙ୍କ ଡ୍ୟାନ୍ସିଂ ଲୁକ୍ ଫଟୋ ଭାଇରାଲ୍

By

Published : Dec 29, 2021, 6:40 PM IST

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ଫ୍ୟାନ୍ସଙ୍କ ପ୍ରିୟ ତାରକା 'କିଙ୍ଗ ଖାନ' ପୁଣିଥରେ ଫିଲ୍ମ 'ପଠାନ'ରେ କାମ କରିବା ଆରମ୍ଭ କରିଛନ୍ତି। ଡ୍ରଗ୍ସ ମାମଲାରେ ପୁଅ ଆର୍ଯ୍ୟନ୍ ଖାନ୍ ଜେଲ୍ ଯିବା ପରେ ଶାହାରୁଖ ଗତ କିଛି ଦିନ ହେବ କାମରୁ ନିଜକୁ ଦୂରେଇ ରଖିଥିଲେ। ବର୍ତ୍ତମାନ 'ପଠାନ' ସେଟରୁ ଶାହାରୁଖ ଖାନଙ୍କ ଆଉ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାପୂର୍ବରୁ ଅଭିନେତାଙ୍କ ଆଉ ଏକ ଫଟୋ ଭାଇରାଲ ହୋଇଥିଲା।

ଭାଇରାଲ ହେଉଥିବା ଏହି ଫଟୋ ମୁମ୍ବାଇର 'ପଠାନ'ର ସେଟରୁ ଆସିଛି, ଯେଉଁଥିରେ ଶାହାରୁଖ ଖାନ ବ୍ଲାକ୍ ଟି-ସାର୍ଟ ଏବଂ ଚଷମା ପିନ୍ଧିଥିବାର ନଜର ଆସିଛନ୍ତି। କିନ୍ତୁ ଶାହାରୁଖ ଏପର୍ଯ୍ୟନ୍ତ 'ପଠାନ'ର ଅଫିସିଆଲ୍ ଘୋଷଣା କରିନାହାଁନ୍ତି।

'କିଙ୍ଗ ଖାନ' ଦୀର୍ଘ ଦିନ ଧରି ଫିଲ୍ମ 'ପଠାନ'ର କାର୍ଯ୍ୟରେ ବ୍ୟସ୍ତ ଥିଲେ। ଶାହାରୁଖଙ୍କ ସହ ଜନ୍ ଆବ୍ରାହମ୍ ଏବଂ ଦୀପିକା ପାଦୁକୋନ୍ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ। ନିକଟରେ ସଲମାନ ଖାନ ଏହି ଚଳଚ୍ଚିତ୍ରରେ ଯୋଗଦେବା ଖବର ସାମ୍ନାକୁ ଆସିଥିଲା। 'ପଠାନ' ବ୍ୟତୀତ ଶାହରୁଖ ଖାନଙ୍କ ହାତରେ ଦକ୍ଷିଣ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଟଲିଙ୍କ ଏକ ଅନାମ ଚଳଚ୍ଚିତ୍ର ଅଛି। ଏଥିସହିତ ଶାହରୁଖଙ୍କ ବିଷୟରେ ଏକ ଖବର ଆସିଛି ଯେ ତାଙ୍କୁ ସଲମାନ ଖାନଙ୍କ ଫିଲ୍ମ 'ବଜରଙ୍ଗୀ ଭାଇଜାନ'ର ସିକ୍ୱେଲ 'ପବନପୁତ୍ର ଭାଇଜାନ' ରେ ଦେଖିବାକୁ ମିଳିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details