ମୁମ୍ବାଇ: ‘ମୁଁ ବହୁତ ଅସୁନ୍ଦର’, ଏହି ପ୍ରତିକ୍ରିୟା ବି-ଟାଉନର କିଙ୍ଗଖାନ ଶାହରୁଖ ଖାନଙ୍କର ଥିଲା ଯେବେ ସେ ନିଜକୁ ପ୍ରଥମଥର ପରଦାରେ ଦେଖିଥିଲେ । ଆଉ ଅଭିନୟରୁ ବାହାରି ଯିବେ ବୋଲି ଯୋଜନା କରିଥିଲେ । ଆଜି ମଧ୍ୟ ତାଙ୍କ ପାଖରେ ସେହି କଠିନ ସମୟ ଅଛି ଯାହା ତାଙ୍କୁ ଲୋକପ୍ରିୟ କରିଥିଲା । କିନ୍ତୁ ସେ ନିଜକୁ କେବେ ମଧ୍ୟ ଷ୍ଟାର ମାନୁନଥିଲେ।
ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହରୁଖ ବଲିଉଡରେ କ୍ୟାରିୟର ଆରମ୍ଭ ସମୟର ଅନେକ କଥା ସେୟାର କରିଥିଲେ । ଆଉ କହିଥିଲେ ଯେ ସେ କେବେ ମଧ୍ୟ କିଛି ଶୋ କରିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ବାସ୍ତବରେ ସେ ଏକ ନିମ୍ନ ମଧ୍ୟବିତ୍ତ ଏବଂ ଅନଥ ପୁଅ ଥିଲେ । ଯିଏ ଗ୍ଲାମର ଦୁନିଆକୁ ଆସିଯାଇଥିଲେ । ଫିଲ୍ମ ଷ୍ଟାର ହୋଇଥିଲେ । ଆଉ ଦୁନିଆ ତାଙ୍କୁ ସ୍ନେହ ଆଉ ପ୍ରେମରେ ବାନ୍ଧି ଦେଇଥିଲା । ଯାହା କେବଳ ସ୍ବପ୍ନରେ ହୁଏ । ସେ କେବେ ମଧ୍ୟ ଭାବିନଥିଲେ ବଲିଉଡର ସୁପରଷ୍ଟାର ହେବେ ବୋଲି ।