ମୁମ୍ବାଇ: ବଲିଓଡର ବାଦଶାହ ଏବେ ଅଭିନୟ କରିବାକୁ ଡରୁଛନ୍ତି । କଥାଟା ଅଜବ ଲାଗିଲେ ବି ସତ । ନିକଟରେ ତାଙ୍କର ବହୁପ୍ରତିକ୍ଷିତ ଫିଲ୍ମ 'ଜିରୋ' ଏତେଟା ସଫଳ ହୋଇନଥିଲା । ଏହାପରେ ଫିଲ୍ମ କରିବାକୁ ଡରୁଛନ୍ତି ବୋଲି ମତବ୍ୟକ୍ତି କରିଛନ୍ତି । 'ଜିରୋ' ଫିଲ୍ମରେ ଶାହାରୁଖ୍ ଜଣେ ବୋନି ଚରିତ୍ରରେ ନଜର ଆସିଥିଲେ । ଆନନ୍ଦ ଏଲ୍ ରୟ ନିର୍ଦ୍ଦେଶିତ ଏହି ଫିଲ୍ମକୁ ନେଇ ଖୁବ୍ ଆଶାବାଦୀ ରହିଥିଲେ କିଙ୍ଗ ଖାନ୍ । କିନ୍ତୁ ଏହା ବକ୍ସ ଅଫିସରେ ସେତେଟା ସଫଳ ହୋଇନଥିଲା ।
ନିକଟରେ ମିଡିଆକୁ ଏକ ଇଣ୍ଟରଭ୍ୟୁ ଦେଇ ଶାହାରୁଖ କହିଛନ୍ତି, 'ମୋତେ ଏବେ ଡର ଲାଗୁଛି । ଯେବେ ମୁଁ ହତାସ ହୋଇଯିବି, କୌଣସି ପ୍ରକାର ଚ୍ୟାଲେଞ୍ଜିଙ୍ଗ ଚରିତ୍ରରେ ଆସିବାକୁ ପଛଘୁଞ୍ଚା ଦେବି । ମୁଁ ଏବେ ବୋରିଂ ଫିଲ୍ମ କରିବାରେ ଲାଗିଛି । ନିଜକୁ ଏପରି ଦେଖିବାକୁ ଚାହୁଁନାହିଁ ଯାହାଦ୍ବାରା ମୁଁ କିଛି ନୂଆ କରିବା ସମୟରେ ନ୍ୟୂନ ଅନୁଭବ କରିବି' ।