ଓଡିଶା

odisha

ETV Bharat / sitara

ଜୁନିୟର ବଚ୍ଚନଙ୍କ କ୍ୟାରିୟର ସମ୍ଭାଳିବେ କିଙ୍ଗ ଖାନ !

ଅଭିଷେକଙ୍କ କ୍ୟାରିୟରକୁ ବଞ୍ଚାଇବାକୁ ଆଗେଇ ଆସିଛନ୍ତି କିଙ୍ଗ ଖାନ । ମିଳିଥିବା ସୂଚନାନୁସାରେ ଶାହାରୁଖଙ୍କ ଆଗାମୀ ଫିଲ୍ମର ଲିଡରେ ଅଭିଷେକ ନଜର ଆସିବେ ।

By

Published : Nov 25, 2019, 11:26 PM IST

ଜୁନିୟର ବଚ୍ଚନଙ୍କ କ୍ୟାରିୟର ସମ୍ଭାଳିବେ କିଙ୍ଗ ଖାନ !

ମୁମ୍ବାଇ: ଲଗାତାର ବିଫଳତା ପରେ ଜୁନିୟର ବଚ୍ଚନଙ୍କ କ୍ୟାରିୟର ସଙ୍କଟରେ । ଗତ କିଛି ବର୍ଷରେ ସେ ବହୁତ କମ ଫିଲ୍ମରେ ନଜର ଆସିଛନ୍ତି । ଆଉ ସେଥି ମଧ୍ୟରୁ ଅନେକ ଫ୍ଲପ ମଧ୍ୟ ହୋଇଛି । ଫଳରେ ଏବେ କ୍ୟାରିୟରକୁ ନେଇ ଚିନ୍ତାରେ ପଡିଛନ୍ତି ଅଭିଷେକ ବଚ୍ଚନ ।

ତେବେ ଅଭିଷେକଙ୍କ କ୍ୟାରିୟରକୁ ବଞ୍ଚାଇବାକୁ ଆଗେଇ ଆସିଛନ୍ତି କିଙ୍ଗ ଖାନ । ମିଳିଥିବା ସୂଚନାନୁସାରେ ଶାହାରୁଖଙ୍କ ଆଗାମୀ ଫିଲ୍ମର ଲିଡରେ ଅଭିଷେକ ନଜର ଆସିବେ । ନିଜ ପ୍ରଯୋଜନା ସଂସ୍ଥା ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଫିଲ୍ମ ନିର୍ମିତ ହେବ । ଏହାକୁ ଗୌରୀ ଖାନ, ସୁଜୟ ଘୋଷ ଓ ଗୌରବ ବର୍ମା ପ୍ରଯୋଜନା କରିବେ । ଆସନ୍ତାବର୍ଷ ପ୍ରାରମ୍ଭରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ।

ଖବର ଅନୁସାରେ ଆସନ୍ତାବର୍ଷ ମଧ୍ୟ ଭାଗ ଆଡକୁ ଫିଲ୍ମଟି ରିଲିଜ ହୋଇପାରେ । ଫିଲ୍ମର ନାମ ବବ ବିଶ୍ବାସ ରହିଛି । କୁହାଯାଉଛି ଖାସ ଅଭିଷେକଙ୍କ ଉଦ୍ଦେଶ୍ୟରେ ଶାହାରୁଖ ଏହି ଫିଲ୍ମ ପ୍ରଯୋଜନା ଭାର ନେଇଛନ୍ତି । ଏଥିରେ ଏକ ଚତ୍ମକାର ଭୂମିକା ଅଭିଷେକଙ୍କୁ ଅପେକ୍ଷା କରାଯାଇଛି ବୋଲି କୁହାଯାଉଛି । ଏହା ତାଙ୍କ କ୍ୟାରିୟରରେ ଏକ ନୂଆ ମୋଡ ଆଣିବାରେ ଆଶା କରାଯାଉଛି । ଫିମେଲ ଲିଡ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।

ଉଭୟ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏହା ବିଷୟରେ ଘୋଷଣା କରିଛନ୍ତି । ଫିଲ୍ମଟି ବିଦ୍ୟା ବାଲାନ ଅଭିନୀତ କାହାଣୀର ପ୍ରିକ୍ବେଲ ଅଟେ । ଏହାର ଷ୍ଟୋରୀ କାହାଣୀ ଫିଲ୍ମର କ୍ୟାରେକ୍ଟର ବବ ବିଶ୍ବାସ ଉପରେ ଆଧାରିତ । ଏହାକୁ ନେଇ ଅଭିଷେକ ଖୁବ ଉତ୍ସାହିତ ଥିବା ଟ୍ବିଟରରେ ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details