ଓଡିଶା

odisha

ETV Bharat / sitara

କପିଲଙ୍କ ଆରୋଗ୍ୟ କାମନା କଲେ ଶାହରୁଖ-ରଣବୀର

ଭେଟେରାନ କ୍ରିକେଟର କପିଲ ଦେବ ଅସୁସ୍ଥ । ଏନେଇ ଟ୍ବିଟ କରି କପିଲଙ୍କ ଆରୋଗ୍ୟ କାମନା କଲେ ଶାହରୁଖ-ରଣବୀର । ଅଧିକ ପଢନ୍ତୁ...

By

Published : Oct 23, 2020, 10:48 PM IST

shah rukh khan and ranveer singh wishes former cricketer kapil dev speedy recovery
କପିଲଙ୍କ ଆରୋଗ୍ୟ କାମନା କଲେ ଶାହରୁଖ-ରଣବୀର

ନୂଆଦିଲ୍ଲୀ: କ୍ରିକେଟ କିମ୍ବଦନ୍ତୀ ତଥା ଟିମ ଇଣ୍ଡିଆର ପୂର୍ବତନ ବିଶ୍ବବିଜୟୀ କ୍ୟାପଟେନ କପିଲ ଦେବଙ୍କୁ ନେଇ ସାମ୍ନାକୁ ଆସିଛି ନୈରାଶ୍ୟଜନକ ଖବର । କପିଲ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀର ଫୋର୍ଟିସ ଓକହଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଖବର ଶୁଣି ଫ୍ୟାନ୍ସମାନଙ୍କ ସହିତ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ତାଙ୍କ ପାଇଁ ପ୍ରାର୍ଥନା ଆରମ୍ଭ କରିଦେଇଛନ୍ତି ।

ନିକଟରେ, କଲ ହୋ ନା ହୋ ଅଭିନେତା ଶାହରୁଖ ଟ୍ବିଟ କରି କହିଛନ୍ତି, ଶୀଘ୍ର ସୁସ୍ଥ ହୁଅ ପାଜି । ଲଭ ୟୁ ସାର ।

ଏହି କ୍ରମରେ ଅଭିନେତା ରଣବୀର ସିଂହ ଟ୍ବିଟ କହିଛନ୍ତି, ‘କପିଲ ଦେବଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।

ପ୍ରକାଶ ଥାଉ କି, କପିଲ ଦେବ 1983ରେ ଭାରତକୁ ନିଜ ନେତୃତ୍ବରେ ପ୍ରଥମ ବିଶ୍ବକପ ଦେଇଥିଲେ ।

ABOUT THE AUTHOR

...view details