ହାଇଦ୍ରାବାଦ: ଭେଟେରାନ ତାରକା ଶବାନା ଆଜମୀଙ୍କୁ କୋରୋନା । ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ପ୍ରଶଂସକଙ୍କ ସହ ସ୍ୱାସ୍ଥ୍ୟ ଅପଡେଟ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି ଯେ, ମୋ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଘରେ ନିଜକୁ ଅଲଗା ରଖିଛି ଏବଂ ଯେଉଁମାନେ ମୋ ସହ ସମ୍ପର୍କରେ ଆସିଛନ୍ତି ସେମାନଙ୍କୁ ଅନୁରୋଧ, ଦୟାକରି ପରୀକ୍ଷା କରନ୍ତୁ।
ଅଭିନେତ୍ରୀ ଦିବ୍ୟା ଦତ୍ତ ଲେଖିଛନ୍ତି, ଶୀଘ୍ର ସୁସ୍ଥ ହୁଅନ୍ତୁ। ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରା କହିଛନ୍ତି, ଯତ୍ନ ନିଅନ୍ତୁ। ଶୀଘ୍ର ଭଲ ହୁଅ। ସେହିପରି ନିର୍ମାତା ବୋନି କପୁର କହିଛନ୍ତି ଯେ ହେ ଭଗବାନ, ଦୟାକରି ଜାଭେଦ ସାହେବଙ୍କ ଠାରୁ ଦୂରରେ ରୁହନ୍ତୁ।