ମୁମ୍ବାଇ: ବୁଧବାର ଭେଟେରାନ ଅଭିନେତ୍ରୀ ଶବାନା ଆଜମୀ ନିଜର 36ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଯାହାକୁ ନେଇ ଶବାନା ମଙ୍ଗଳବାର ସ୍ବାମୀ ତଥା କବି-ଗୀତିକାର-ସ୍କ୍ରିନ୍ ରାଇଟର୍ ଜାଭେଦ ଅଖତରଙ୍କ ସହ ଏକ ବ୍ଲାକ ଆଣ୍ତ ହ୍ବାଇଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।
ଫଟୋରେ ଅଭିନେତ୍ରୀ ଜଣକ ସ୍ବାମୀଙ୍କ କାନ୍ଧରେ ଆଉଜି ହୋଇଥିବାର ନଜର ଆସିଛନ୍ତି । ଏଥିସହିତ ଦୁହେଁ କ୍ୟାମେରା ଆଡକୁ ଦେଖି ହସୁଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଶବାନା କହିଛନ୍ତି ଯେ ଚଳିତ ବର୍ଷ ଡିସେମ୍ବର 9ରେ ଆମର ବିବାହକୁ 36 ବର୍ଷ ।