ମୁମ୍ବାଇ: ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀଙ୍କୁ ମେଡିକାଲରୁ ଛୁଟି ମିଳିଯାଇଛି। ବର୍ତ୍ତମାନ ସେ ନିଜ ଘରକୁ ଫେରିଛନ୍ତି । ଗତ 18 ତାରିଖରେ କାରର ଦୁର୍ଘଟଣାରେ ସେ ଗମ୍ଭୀର ରୂପେ ଆହତ ହୋଇଥିଲେ । ଯାହାପରେ ତାଙ୍କ ଚିକିତ୍ସା ମୁମ୍ବାଇସ୍ଥିତ କୋକିଲାବେନ ହସ୍ପିଟାଲରେ ଚାଲିଥିଲା । ହେଲେ ଏବେ ସେ ଘରକୁ ଫେରିବା ସୂଚନା ଟ୍ବିଟରରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।
ସେ ନିଜର ଫଟୋ ସେୟାର କରି ଟ୍ବିଟରେ ଲେଖିଛନ୍ତି, ‘ମୋ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବାରୁ ଧନ୍ୟବାଦ। ମୁଁ ଘରକୁ ଫେରିଆସିଛି । ଡାକ୍ତରୀ ଟିମ ଓ ନର୍ସିଂ ଷ୍ଟାଫଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଯତ୍ନ ପାଇଁ ଟିନା ଅମ୍ବାନୀ ଓ କୋକିଲାବେନ ଅମ୍ବାନୀଙ୍କ ମେଡିକାଲ ନିକଟରେ ଋଣୀ ରହିବି ।’