ଓଡିଶା

odisha

ETV Bharat / sitara

ଜନତା କର୍ଫ୍ୟୁ ପଦକ୍ଷେପକୁ ମାଷ୍ଟରଷ୍ଟ୍ରୋକ କହିଲେ ଶବାନା - ଆଇସୋଲେସନରେ ରଖିବେ ଶବାନା ଆଜମୀ

ଟ୍ବିଟ କରି ଜନତା କର୍ଫ୍ୟୁର ସପୋର୍ଟ କଲେ ଶବାନା ଆଜମୀ । ପୂର୍ବରୁ ଅମିତାଭ ବଚ୍ଚନ, ଋଶି କପୁର ସହ ଅନେକ କଳାକାର ଏହାର ସମର୍ଥନ କରିସାରିଛନ୍ତି।

_shabana azmi
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶବାନା ଆଜମୀ

By

Published : Mar 20, 2020, 8:11 PM IST

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କୋରୋନା ଭାଇରସ ଆତଙ୍କକୁ ଦୃଷ୍ଟିରେ ରଖି ଦେଶବାସୀଙ୍କୁ ଆସନ୍ତା ରବିବାର ଜନତା କର୍ଫ୍ୟୁ ପାଳନ କରିବାକୁ ଅପିଲ କରିଥିଲେ। ଆସନ୍ତା 22 ତାରିଖରେ ସକାଳ 7ଟାରୁ ନେଇ ରାତି 9 ପର୍ଯ୍ୟନ୍ତ ଏହାକୁ ଲାଗୁ କରାଯିବ। ଅନେକ କଳାକାର ତାଙ୍କ ଏହି ପଦକ୍ଷେପରେ ସମର୍ଥନ ଜଣାଇଛନ୍ତି। ଆଉ ଏବେ ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀ ତାଙ୍କ ଏହି ପ୍ରାୟାସର ପ୍ରଶଂସା କରିଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର@ଶବାନା ଆଜମୀ

ଏହାସହ ସେ ନିଜକୁ ଆଇସୋଲେସନରେ ରଖିବାର ଘୋଷଣା ସୋସିଆଲ ମିଡିଆରେ କରିଛନ୍ତି। ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ମୁଁ ଏମାସ 15ରେ Budapestରୁ ଫେରିଛି। ଆଉ ନିଜକୁ ଏମାସ 30 ପର୍ଯ୍ୟନ୍ତ ଆଇସୋଲେସନରେ ରଖିବାକୁ ଯାଉଛି।’

ଫଟୋ ସୌଜନ୍ୟ: ଟ୍ବିଟର@ଶବାନା ଆଜମୀ

ସେ ପିଏମଙ୍କ ଜନତା କର୍ଫ୍ୟୁ ପଦକ୍ଷେରକ ସମର୍ଥନ କରି ଜଣେ ୟୁଜରଙ୍କୁ ଟ୍ବିଟରରେ ଗାଳି ମଧ୍ୟ କରିଛନ୍ତି। କଥାଟି ହେଲା ଯେ ରାହୁଲ ଶର୍ମା ନାମକ ଜଣେ ୟୁଜର ସକାଳ 5 ଘଟିକାରେ ସାୟରନ ବାଜିବାର ମଜାକ ଉଡାଇଥିଲେ। ଏହା ଉପରେ ଜବାବ ଦେଇ ଶବାନା ଲେଖିଛନ୍ତି, ‘ଏହା କୌଣସି ମଜାକ କଲା ଭଳି କଥା ନୁହେଁ। ଏହା ସବୁ ଭାରତୀୟଙ୍କୁ ଏକଜୁଟ କରିବାରେ ମାଷ୍ଟରଷ୍ଟ୍ରୋକ ପଦକ୍ଷେପ।’

ABOUT THE AUTHOR

...view details